You are currently viewing ୯ଗ୍ରାମ ବ୍ରାଉନସୁଗର ଜବତ, ଦମ୍ପତି ଗିରଫ
୯ଗ୍ରାମ ବ୍ରାଉନସୁଗର ଜବତ, ଦମ୍ପତି ଗିରଫ

ବ୍ରହ୍ମପୁର,୨୫/୨/୨୩: ଧଳା ଜହର କବଳରେ ବୁଡ଼ି ରହିଛନ୍ତି ଯୁବପିଢ଼ି । ବ୍ରହ୍ମପୁର ସହରରେ ଦିନକୁ ଦିନ ଏହି ବ୍ରାଉନ ସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ବିଭାଗୀୟ ଟିମ ଦମ୍ପତିଙ୍କ ନିକଟରୁ ୯ଗ୍ରାମ ବ୍ରାଉନ ସୁଗର ଜବତ କରି ସେମାନଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦମ୍ପତି ଦ୍ୱିୟ ହେଲେ ସୁମନ ବାହାଦୂର (୩୦) ଓ ତାଙ୍କ ସ୍ତ୍ରୀ ଭାନୁ ବାହାଦୂର(୨୪) ।
ଏଥିସହ ସେ ବ୍ରାଉନ ସୁଗାର ବିକ୍ରି କରି ନିଜ ପାଖରେ ରଖିଥିବା ୨ ହଜାର ୫ ଶହ ଟଙ୍କା ମଧ୍ୟ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ସୁମନ ବାହାଦୂର ଓ ତାଙ୍କ ସ୍ତ୍ରୀ ଭାନୁ ବାହାଦୂର। ସୁମନ ବାହାଦୂର ଅନ୍ୟ ଜିଲାରୁ ବ୍ରାଉନ ସୁଗାର ବେଆଇନ ଭାବେ ଅଣୁଥିବା ବେଳେ ତାଙ୍କ ସ୍ତ୍ରୀ ଭାନୁ ରାସ୍ତା କଢରେ ଏହି ନିଶା ବେପାର କରୁଥିବା ଅନୁମାନ କରାଯାଉଛି। ସୁମନ ବାହାଦୂର ଉକ୍ତ ବ୍ରାଉନ ସୁଗାର କେହୁଁଠାରୁ ଆଣିଥିଲା ସେ ନେଇ ଅବକାରୀ ଟିମ ଖୋଳତାଡ କରୁଛି। ବ୍ରାଉନ ସୁଗାର ଭଳି ନିଶା କାରବାରରେ ଏବେ ମହିଳାଙ୍କୁ ସାମିଲ କରାଯାଉଛି ବୋଲି ଅବକାରୀ ଭ୍ରାମ୍ୟମାଣ ଏସପି ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି।