ପୁରୀ,୫/୯- ଟାଉନଥାନା ଅନ୍ତର୍ଗତ ଏସସିଏସ କଲେଜ ରାସ୍ତାରେ ବ୍ଯାଟେରୀ ଅଟୋରେ ଯାଜପୁର ଜିଲ୍ଲାର ମଧୁସ୍ମିତା ସାହୁ ଯାଉଥିବା ସମୟରେ ସ୍କୁଟିରେ ଆସି ଦୁଇଜଣ ଯବକ ମହିଳାଙ୍କ ଭ୍ଯାନିଟି ବ୍ଯାଗ ଝାମ୍ପି ନେଇଥିଲେ । ଏ ସମ୍ପର୍କରେ ମଧୁସ୍ମିତା ଟାଉନଥାନାରେ ଜଣାଇବା ପରେ ପୋଲିସ ତତକ୍ଷଣାତ ଖୋଜା ଖୋଜି କରି ଦୁଇ ଜଣ ଯୁବକଙ୍କୁ କାବୁ କରିଥିଲା । ତାଠାରୁ ସମସ୍ତ ଜିନିଷ ଜବତ କରାଯାଇଛି । ଅଭିଯୁକ୍ତ ଦୁଇଜଣ ହେଲେ ତାଳବଣିଆ ଥାନା ଅନ୍ତର୍ଗତ ମଧୁବନର ବାଦଲ ଓରଫ ସୂର୍ଯ୍ୟନାରାୟଣ ପରିଡା (୨୧) ଓ କୁମ୍ଭାରପଡା ଥାନା ଅନ୍ତର୍ଗତ ବଡ ସାହିର ବିଶୁ ଓରଫ ବିଶ୍ବଜିତ ଦଳାଇ (୨୧) ।ଏ ସମ୍ପର୍କରେ ଟାଉନଥାନାରେ ୪୨୬/୨୫ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ତାଙ୍କ ନାମରେ ପୂର୍ବରୁ କୁମ୍ଭାରପଡା ଥାନା, ତାଳବଣିଆ ଥାନା ଓ ବଳିଆପଣ୍ଡା ଥାନାରେ ମାମଲା ରହିଛି । ତାଙ୍କ ଠାରୁ ଗୋଟିଏ ଭ୍ଯାନିଟି ବ୍ଯାଗ, ଗୋଟିଏ ମୋବାଇଲ ଫୋନ, ଏକ ହଜାର ଟଙ୍କା ,ଏଟିଏମ, ଆଧାରକାର୍ଡ, ପ୍ଯାନକାର୍ଡ ଓ ସେମାନଙ୍କ ବ୍ଯବହୃତ ସ୍କୁଟି ଓଡି ୧୩ ଏଚ,୦୨୩୪କୁ ପୋଲିସ ଜବତ କରିଛି ।
