ସୋରଡ଼ା, ୦୧/୦୪ () ସୋରଡା ଉପନିବନ୍ଧକ ଙ୍କ କାର୍ଯାଳୟ ରେ ଜମି କିଣା ବିକରେ ଏକ ବଡ ଧରଣର ଜାଲିଆତି ଦେଖିବାକୁ ମିଳିଛି l ଯେଉଁଠି ୩୦ ବର୍ଷ ପୂର୍ବେ ମୃତ ହୋଇସାରିଥିବା ବ୍ୟକ୍ତି ଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ନାମ ରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରିବା ସହ ମୃତ ବ୍ୟକ୍ତି ନାମ ରେ ଥିବା ସମସ୍ତ ଜମି କୁ ସୋରଡା ଉପନିବନ୍ଧଙ୍କ କାର୍ଯାଳୟ ରେ ପଞ୍ଜିକୃତ କରାଯିବା ପରେ ମୃତ ପରିବାର ଲୋକଙ୍କ ଉତ୍ତରାଧିକାରୀ ମାନେ ଏ ସମ୍ପର୍କ ରେ ଖବର ପାଇବା ପରେ ସୋରଡା ଉପନିବନ୍ଧକ ଙ୍କ କାର୍ଯାଳୟ ସମେତ ସୋରଡା ତହସିଲଦାର ଓ ସୋରଡା ଥାନା ରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l

ଏହି ଘଟଣା ରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ସୋରଡ଼ା ପୋଲିସ ତଦନ୍ତ ଆରମ୍ଭ କରୁଛି। ମିଳିଥିବା ସୂଚନା ଓ ଅଭିଯୋଗ ପ୍ରକାରେ ସୋରଡା ତହସିଲ ଗାଜଲବାଡ଼ି ରାଜସ୍ବ ନିରୀକ୍ଷକ ଙ୍କ ଅନ୍ତର୍ଗତ ପିପଳପଙ୍କା ମୌଜା ରେ ସୋରଡା ପାଇକ ସାହି ର ଆଜକୁ ୩୦ ବର୍ଷ ପୂର୍ବେ ମୃତ୍ଯୁ ବରଣ କରିଥିବା ମୋହନ ଚାନ୍ଦ ଗୌଡ ,ଗୋବିନ୍ଦ ଗୌଡ,ରଘୁନାଥ ଗୌଡ,ସହଦେବ ଗୌଡ,ସୋମନାଥ ଗୌଡ, ଙ୍କ ନାମ ରେ ଉକ୍ତ ମୌଜା ଖାତା ନମ୍ବର ୮୭ ରେ ପ୍ରାୟ ୩.୯୧୫୦ ଏକର ଜମି ରହିଥିଲା । ଏହି ସବୁ ଜମି କୁ ହଡପ କରିବା ପାଇଁ ଭଗବାନପୁର ଗ୍ରାମ ର ଜିତୁ ମାହାଙ୍କୁଡ ନିଜର ଜନସେବା କେନ୍ଦ୍ର ମାଧ୍ୟମ ରେ ଯୋଜନା କରିବା ସହ ମୃତ ବ୍ୟକ୍ତି ଙ୍କୁ ଜୀବିତ ଦର୍ଶାଇ ବେନାମୀ ଲୋକଙ୍କ ଫୋଟ ଲଗାଇ ସେମାନ ନାମ କୁ ପରିବର୍ତ୍ତନ କରି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ.

। ନକଲି ଆଧାର କାର୍ଡ ପ୍ରସ୍ତୁତ କରିବା ପରେ ସେହି ସମୟ ରେ ଥିବା ରାଜସ୍ବ ନିରିକ୍ଷକ ଙ୍କୁ ଉକ୍ତ ଜମି ର ନକ୍ସା ପ୍ରସୂତ କରିବା ପାଇଁ କହିଥିଲେ, ରାଜସ୍ବ ନିରିକ୍ଷକ ମହୋଦୟ ଉକ୍ତ ଜାଗା କୁ ନ ଯାଇ ବଡରକମ ଅର୍ଥ ନେଇ ଜାଗା ର ନକ୍ସା ପ୍ରସ୍ତୁତ କରିଥିବା ଅଭିଯୋଗ ହେଇଛି। ସମସ୍ତ ମୃତ ବ୍ୟକ୍ତି ଙ୍କୁ ଜୀବିତ ଦର୍ଶାଇ ୧୯/୦୩/୨୬ ତାରିଖ ରେ ସୋରଡା ଉପନିବନ୍ଧଙ୍କ କାର୍ଜ୍ୟାଳୟ ରେ ଦଲିଲ ପ୍ରସ୍ତୁତ କରାଯିବା ସହ ମୃତ ବ୍ୟକ୍ତି ଙ୍କ ନାମ ରେ ଜୀବିତ ବ୍ୟକ୍ତି ଙ୍କୁ ଠିଆ କରି ଦସ୍ତଖତ ନିଆଜିବା ସହ ଏହି ନକଲି ଦଲିଲ ପ୍ରସ୍ତୁତ କରାଯିବା ସହ ଦୁଇ ଜଣଙ୍କୁ ଶାକ୍ଷ ପ୍ରମାଣ ମଧ୍ୟ ରଖିଦିଆଗଲା ଏବମ ୧୦୬୯୨୬୦୦୨୮୪ ପ୍ରକାରେ ଦଲିଲ ପଞ୍ଜିକୃତ ମଧ୍ୟ ହୋଇଗଲା।

ତେବେ ଏ ସମ୍ପର୍କ ରେ ଖବର ପାଇବା ପରେ ମୃତ ବ୍ୟକ୍ତି ସୋମନାଥ ଗୌଡ ଙ୍କ ପୁଅ ଗୋପୀନାଥ ଗୌଡ ଉପନିବନ୍ଧକ ଙ୍କ କାର୍ଜ୍ୟାଳୟ ରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କ ରେ ମୃତ ବ୍ୟକ୍ତି ଙ୍କ ଉତ୍ତରାଧିକାରୀ ମାନେ ସୋରଡା ଉପନିବନ୍ଧକ ଙ୍କ କାର୍ଯାଳୟ ରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ କରିବା ପାଇଁ ଦାବି କରିବା ପରେ ତଦନ୍ତ ଆରମ୍ଭ ହେବା ସହ ସୋରଡା ଉପନିବନ୍ଧକ ଏ ସମ୍ପର୍କ ରେ ପତ୍ର ନମ୍ବର ୩୯୩/ ତାରିଖ ୩୦/୦୩/୨୦୨୬ ପ୍ରକାରେ ସୋରଡା ଥାନାରେ ଏହାର ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ କ୍ରେତା ବିକ୍ରେତା ଓ ସାକ୍ଷୀ ମାନକ ବିରୋଧରେ ପଦକ୍ଷେପ ନେବା ପାଇଁ କହିବା ସହ ଜିଲ୍ଲା କାର୍ଯାଳୟ କୁ ମଧ୍ୟ ପ୍ରେରଣ କରିଛନ୍ତି। ଏହା ସହ ସୋରଡା ଥାନା ରେ ମଧ୍ୟ ଅଧିକ ତଦନ୍ତ ପାଇଁ ଲିଖିତ ଅଭିଯୋଗ ହେଇଛି | ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହାପରେ କ୍ରେତା ଜିତୁ ମହାଙ୍କୁଡ ସୋରଡ଼ା ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇ କରିଥିବା ସବୁ ବେଆଇନ କାର୍ଯ୍ୟ ର ସ୍ୱୀକାର କରିଥିଲେ l ଏହାପରେ ଜିତୁ ମହାଙ୍କୁଡ ଙ୍କୁ ଉପନିବନ୍ଧକ ସୋରଡ଼ା ପୋଲିସ କୁ ହସ୍ତାନ୍ତର କରିଥିଲେ, ତେବେ ଜିତୁ ଙ୍କୁ ସୋରଡ଼ା ପୋଲିସ ଅଟକ ରଖି ଏ ବିଷୟରେ ଅଧିକ ତଦନ୍ତ କରୁଛି | ଏହିଭଳି ଏକ ଘଟଣା ସୋରଡ଼ା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳେଇଦେଇଥିବା ବେଳେ, ଅତୀତରେ ଜମି କିଣା ବିକା ରେ ଏଭଳି ଅନେକ ଚଞ୍ଚକତା ହୋଇଥିବା ସନ୍ଦେହ କରାଯାଇ ସାଧାରଣ ରେ ଚର୍ଚ୍ଚା ହେଉଛି |

