You are currently viewing ଚୋରୀ ସାମଗ୍ରୀ ଜବତ, ୩ ଚୋର ଙ୍କୁ କୋର୍ଟ ଚାଲାଣ
ଚୋରୀ ସାମଗ୍ରୀ ଜବତ, ୩ ଚୋର ଙ୍କୁ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ :-୧୮/୧୧ , ଏକ ଅନ୍ତରାଜ୍ୟ ୩ ଚୋରଙ୍କ ସହ ବହୁ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ଜବତ କରିଛି ହିଞ୍ଜିଳି ପୋଲିସ । ଏନେଇ ଆଜି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପିକେ ଦଳାଇ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ପ୍ରଦାନ କରିଛନ୍ତି । ଗିରଫ ବ୍ଯକ୍ତି ଚନ୍ଦ୍ର ଶେଖର ବାଡତ୍ଯା ପିତା ତ୍ରିନାଥ ବାଡତ୍ଯା ଗଞ୍ଜାମ ଜିଲ୍ଲାର ପାତ୍ରପୁର ,ବ୍ରହ୍ମଚାରୀ ପ୍ରଧାନ ପିତା ରାଜ କିଶୋର ପ୍ରଧାନ ଜିଲ୍ଲା ପୁରୀ ଓ ଶ୍ରୀକାନ୍ତ ସାବତ ପିତା ସୀମାଞ୍ଚଳ ସାବତ ସୁମନ୍ତପୁର ଜିଲ୍ଲା ଗଞ୍ଜାମ ର ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୁଚନା ଦେଇଛନ୍ତି ।ଏହା ସହିତ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୫ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଚଳିତ ବର୍ଷର ସେପ୍ଟେମ୍ବର ମାସ ୩୦ତାରିଖରେ ହିଞ୍ଜିଳି ବ୍ଳକ ପୋଚିଲିମା ପଞ୍ଚାୟତ ଅଫିସରୁ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ସହ କିଛି ସାମଗ୍ରୀ ଚୋରି ହୋଇଯିବାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଲିଖିତ ଅଭିଯୋଗ ପରେ ହିଞ୍ଜିଳି ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ଚୋର ବାଡତ୍ଯା ଆଡପଡା ଠାରେ ଏକ ଲାପଟପ ବିକ୍ରି କରିବା ପାଇଁ ଅପେକ୍ଷା କଲାବେଳେ ହିଞ୍ଜିଳି ପୋଲିସ କୌଣସି ଏକ ସୁତ୍ରରୁ ଖବର ପାଇ ଉକ୍ତ ଚୋର ଓ ଲାପଟପ କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଯାହା ଫଳରେ ମୁଖ୍ୟ ଆସାମୀ ବାଡତ୍ଯା ନିଜ ଘରୁ ପ୍ରଥମେ ଚୋରୀ କରିବା କଳା ଶିକ୍ଷା ନେବା ପରେ ଗଞ୍ଜାମ ଜିଲ୍ଲାରହିଞ୍ଜିଳି ,ବ୍ରହ୍ମପୁର ,ଦିଗପଣ୍ଡି ,ଆସିକା ଥାନା ଅଞ୍ଚଳର ଏବଂ ଶ୍ରୀକାକୁଲମ ଜିଲ୍ଲା ଅଞ୍ଚଳରୁ ଚୋରୀ କରି ବିକ୍ରି କରିବା ଏବଂ ବ୍ରହ୍ମପୁର ସହରରେ ଭଡାଘରେ ଲୁଚାଇ ରଖିବା ସ୍ବୀକାର କରିଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପିକେ ଦଳାଇ ଗଣମାଧ୍ୟମ କୁ ସୁଚନା ପ୍ରଦାନ କରିଛନ୍ତି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ବେଳେ ଉପଖଣ୍ଡ ଥାନା ଅଧିକାରୀ ଉମା ଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ମଧ୍ୟ ଉପସ୍ଥିତ ଥିଲେ ।