You are currently viewing ୮୨ ଲିଟର ମଦ, ବାଇକ୍ ଜବତ, ୩ଗିରଫ
୮୨ ଲିଟର ମଦ, ବାଇକ୍ ଜବତ, ୩ଗିରଫ

।ବାଣପୁର/ବାଲୁଗାଁ:- ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ବରେ ବାଣପୁର ଥାନା ଅନ୍ତର୍ଗତ ଶାଳିଆ କେନାଲ ରୋଡ ନିକଟସ୍ଥ ଦଣ୍ଡିଗାଡିଆ, ନାରଣଦେଇପୁର ରୋଡ ନିକଟସ୍ଥ ପାଦୁକେଇ ମନ୍ଦିର ଓ ବିଂଝଳା ରୋଡ ସ୍ଥିତ ଶନି ମନ୍ଦିର ନିକଟରେ ଚଢାଉ କରାଯାଇ ୮୨ ଲିଟର । ଦେଶୀମଦ ଓ ୯.୭୫ ଲିଟର ବିୟର, ଗୋଟିଏ ବାଇକ ଜବତ କ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୮ ହଜାର ୬୪୨ ଟଙ୍କ ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ବାସୁଦେବ ନାୟକ(୪୫)ଙ୍କ ନିକଟରୁ ୬୦ ଲିଟର ବାଲୁଗାଁ ଟର ଦେଶୀ ମଦ ଓ ବାଇକ ଜବତ କରାଯାଇଛି। ବାଲୁଗାଁ ଥାନା ଅନ୍ତର୍ଗତ କାନ୍ଥମାଳ ଆଙ୍କୁଲା ଗ୍ରାମର ବୃନ୍ଦାବନ ଜୁଝାରସିଂହ (৪০) )ଙ୍କ ନିକଟରୁ ୭ ଲିଟର ଦେଶୀ ମଦ ଓ ନାଚୁଣୀ ଥାନା ଅନ୍ତର୍ଗତ ବିଂଝଲା ଗ୍ରାମର ମୁକୁନ୍ଦ ସ୍ବାଇଁ(୪୮)ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଓ ୯.୭୫ ଲିଟର ବିୟର ଜବତ କରାଯାଇଛି। ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରାମଚନ୍ଦ୍ର ଜେନା, କନେଷ୍ଟବଳ ରଂଜିତ ପଟେଲ, ସୁନିତା ମହାରଣା, ମନୋଜ କୁମାର ଜୟସିଂ, ସତ୍ୟବନ୍ତ ମାଝୀ ପ୍ରମୁଖ ଯୋଗଦେଇଥିଲେ।