You are currently viewing ବନ୍ଧା ହେଲେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ବନ୍ଧା ହେଲେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ

ଭଞ୍ଜନଗର,୧୨/୦୯ : ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁ ବ୍ରହ୍ମପୁର ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି। ବ୍ରହ୍ମପୁର ଭିଜିଲାନ୍ସର ୭ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର୍ ଓ ଏଏସ୍‌ଆଇଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍ ବୁଧବାର ଭୋର୍‌ରୁ ଏକକାଳୀନ ୯ଟି ସ୍ଥାନରେ ରେଡ଼ କରିଥିଲେ। ଦିନ ତମାମ ଖୋଳତାଡ଼ ପରେ ପ୍ରସନ୍ନଙ୍କ ପାଖରେ କୋଟି କୋଟି ଟଙ୍କାରେ ନିର୍ମିତ ୬ଟି ବହୁତଳ କୋଠା, ୫ଟି ପ୍ଲଟ୍, ୨୩.୯୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ଓ ୨୦୦ ଗ୍ରାମ୍ ସୁନାଅଳଙ୍କାର ଠାବ ହୋଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ କେସ ନଂ ୧୮/୨୪ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରସନ୍ନ ସ୍ୱାଇଁ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଇଂ ପ୍ରସନ୍ନ ସ୍ୱାଇଁ ୨୦୦୩ ମସିହାରେ ଠିକାରେ କନିଷ୍ଠ ଯନ୍ତ୍ରୀ ଭାବେ ଖରିଆର୍ ରେ କାଯ୍ୟରେ ଯୋଗ ଦେଇଥିଲେ। ଏହା ପରେ ୨୦୧୦ ମସିହାରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ରେ କାଯ୍ୟ କରୁଥିବା ବେଳେ ୨୦୧୩ ମସିହାରେ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିଲେ। ଦୀର୍ଘ ୧୪ ବର୍ଷ ଧରି ସେ ଏହି ଜାଗାରେ କାଯ୍ୟ କରୁଥିବା ଯାଞ୍ଚ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା।

ରିପୋର୍ଟର ପପୁ ପ୍ରଧାନ