You are currently viewing ପୁରୁଷୋତ୍ତମପୁର ତାରାତାରିଣୀ ଉଛ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ ର “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ ଘାଟନୀ ଉତ୍ସବ ଅନୁଷ୍ଠିତ ।
ପୁରୁଷୋତ୍ତମପୁର ତାରାତାରିଣୀ ଉଛ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ ର “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ ଘାଟନୀ ଉତ୍ସବ ଅନୁଷ୍ଠିତ ।

ପୁରୁଷୋତ୍ତମପୁର
ତାରିଖ: ୧୮.୦୧.୨୦୨୪
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ ରେ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉତ୍ସବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ.ସୀମାଞ୍ଚଳ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏହା 5ଦିନ ଧରି ଚାଲିବ | ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବ ମହାପାତ୍ର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ହିନ୍ଦୀ ପ୍ରଚାର ସଭାର କୂଳ ସଚିବ ପ୍ରଫୁଲ୍ଲ କୁମାର ରଥ, ପୂର୍ବତନ ଶିକ୍ଷାବିତ ଏ ରାଜ ଗୋପାଳ ରାଓଯୋଗ ଦେଇଥିଲେ |

ଏହି କାର୍ଯ୍ୟକ୍ରମ କୁ ବିଭାଗୀୟ ସ୍ନାତକନୋଡାଲ ଅଧିକାରୀ, ଡ଼ ସୁରେନ୍ଦ୍ର ନାଥ ପଣ୍ଡା, ଯୁକ୍ତ ଦୁଈ ନୋଡାଲ ଅଧିକାରୀ ଡଃ.ରମେଶ ଚନ୍ଦ୍ର ସେନାପତି,ଯୋଗ ଦେଇ ଛାତ୍ର ସମାଜକୁ ଉଚ୍ଚାହିତ କରିଥିଲେ | ଏହି ସଭାରେ ସଙ୍ଘଠକ ସଭ୍ୟ ପ୍ରବୀର କେଶରୀ ପ୍ରଧାନ, ଡ଼ ପ୍ରଶାନ୍ତ କୁମାର ପଟନାୟକ,ଡ଼ ମୋନାଲିସା ମିଶ୍ର,ସୁଶାନ୍ତ କୁମାର ସାହୁ, କୃଷ୍ଣ ଚନ୍ଦ୍ର ନାୟକ,ଦେବୀ ପ୍ରସାଦ ମିଶ୍ର,ପ୍ରଦୀପ କୁମାର ସାହୁ, ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ |

ଆମ ଓଡ଼ିଆ ଭାଷା ର ଉନ୍ନତି ଦିଗରେ କେତେ ଯେ ମହତ୍ତ୍ଵ ରହିଛି ଏହି ପ୍ରସଙ୍ଗ ରେ ଅଧ୍ୟକ୍ଷ ଡ଼.ସୀମାଞ୍ଚଳ ପଟ୍ଟନାୟକ ଛାତ୍ର ଛାତ୍ରୀ ଙ୍କୁ ସୂଚାଇ ଥିଲେ। ସବୁଠାରେ ଭାଷାର ମହତ୍ୱ କେତେ ଏବଂ ଏହା ସବୁ ସମୟରେ କିପରି ନିଜ ଜିଲ୍ଲା, ରାଜ୍ୟ ରେ କାର୍ଯ୍ୟ କାରି ହେବ ତାହା ଉପସ୍ଥିତ ଅତିଥି ମାନେ ବୁଝାଇ ଥିଲେ | ଏହି 5ଦିନିଆ କାର୍ଯ୍ୟକ୍ରମ ରେ ପ୍ରବନ୍ଧ, ହସ୍ତାକ୍ଷର ବକୃତା, ସାଧାରଣ ଜ୍ଞାନ, ବ୍ୟାକରଣଦକ୍ଷତା,କବିତା ଆଦି ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ,ପ୍ରତିଯୋଗିତାକରାଯିବ | ଏଥିରେ କଲେଜର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।