You are currently viewing ଜନ ଗହଳି ପୂର୍ଣ୍ଣ ଅଂଚଳରେ ଥିବା ବାଲୁକେଶ୍ୱର ମନ୍ଦିର ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା, ଚୋରି, ଖଲ୍ଲିକୋଟ ରେଚ|ଞ୍ଚଲ୍ୟ |
ଜନ ଗହଳି ପୂର୍ଣ୍ଣ ଅଂଚଳରେ ଥିବା ବାଲୁକେଶ୍ୱର ମନ୍ଦିର ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା, ଚୋରି, ଖଲ୍ଲିକୋଟ ରେଚ|ଞ୍ଚଲ୍ୟ |

ଖଲ୍ଲିକୋଟ 16/1 ଖଲ୍ଲିକୋଟ ସହର ର କେନ୍ଦ୍ର ସ୍ଥଳ ମେଡିକାଲ ନିକଟ ଓ ପୋଲିସ ଏଡ଼ ପୋଷ୍ଟ ନିକଟସ୍ଥ ଜନଗହଳି ପୂର୍ଣ୍ଣ ଅଂଚଳରେ ଥିବା ବାଲୁକେଶ୍ୱର ମହାଦେବ ମନ୍ଦିର ର ଗର୍ଭ ଗୃହ ର ତାଲା ଭାଙ୍ଗି ବୃଷଭ ଙ୍କ ପଛ ପଟେ ଥିବ| ଦାନ ହୁଣ୍ଡୀ ର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣା ସାରା ଖଲ୍ଲିକୋଟ ରେ ଚ|ଞ୍ଚଲ୍ୟ ସୃଷ୍ଟି ହୋଇଛି |

ସୂଚନା ଅନୁଯାୟୀ ବାଲୁକେଶ୍ୱର ମନ୍ଦିର ର ମୁଖ୍ୟ ଫାଟକ ରେ ତାଲା ପଡ଼ିଥିବା ବେଳେ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତି ରେ ମନ୍ଦିର ପାଚେରୀ ଡେଇଁ ମନ୍ଦିର ଭିତରେ ପ୍ରବେଶ କରି ବୃଷଭ ବଖରା ର ମୁଖ୍ୟ ଲୁହା ଫାଟକ ଭାଙ୍ଗି ବୃଷଭ ଙ୍କ ପଛ ପଟେ ଥିବା ଦାନ ହୁଣ୍ଡୀ ର ତାଲା ଭାଙ୍ଗି ଲକ୍ଷାଧିକ ନଗଦ ଦାନ ଟଙ୍କା କୁ ଲୁଟି ନେଇଥିବା ଜଣାପଡିଛି | ଏ ସମ୍ପର୍କରେ ମନ୍ଦିର ପୂଜାରୀ ମାନେ ସ୍ଥାନୀୟ ପୋଲିସ ରେ ଜଣାଇବା ପରେ ଖଲ୍ଲିକୋଟ ଥାନା ର ସେକେଣ୍ଡ ଅଫିସର ଦେବ ପ୍ରତିମ ଦେବତା ଓ କନେଷ୍ଟବଳ ମନୋଜ ଦାଶ ମନ୍ଦିର ପରିସର ରେ ପହଂଚି ତଦନ୍ତ ଚଳାଇଛନ୍ତି |

ଏ ସମ୍ପର୍କରେ ମନ୍ଦିର ପୂଜାରୀ ମାନଙ୍କ ତରଫରୁ ଏକ ଏତଲା ଦ|ଖଲ କରିଥିବା ବେଳେ ମନ୍ଦିର ସମୂହ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଶ୍ରୀ ଚନ୍ଦନ ରଥ ଓ କମିଟି ସଦସ୍ୟ ମାନେ ମନ୍ଦିର ପରିଦର୍ଶନ କରିଥିଲେ |ପ୍ରକାଶ ଥାଉକି ଗତ 20 ବର୍ଷ ତଳେ ଦୁର୍ବୁତ୍ତ ମାନେ ବାଲୁକେଶ୍ୱର ଙ୍କ ବିଗ୍ରହ ଚୋରି କରି ନିକଟସ୍ଥ ପାବଛ ବନ୍ଦ ପୋଖରୀ ଫିଙ୍ଗି ଦେଇଥିବା ସନ୍ଦେହ କରି ଉକ୍ତ ପୋଖରୀ କୁ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଇଥିଲା |

ଏଣେ ଖଲ୍ଲିକୋଟ ଏନ ଏ ସି ତରଫରୁ ସହର କୁ ସି ସି ଟି ଭି ସର୍ଭିଲାନ୍ସ ରେ ରଖିବା ନିଷ୍ପତି ହୋଇଥିବା ବେଳେ ତାହା ଏଯାବତ ଆରମ୍ଭ ହୋଇପାରିନି | ଚୋରି ଘଟଣା ପୋଲିସ କୁ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସ ର ରାତ୍ରିକାଳୀନ ପେଟ୍ରୋଲିଂ ଅଭାବରୁ ଏଭଳି ଚୋରି ଘଟଣା ମାନ ଘଟୁଥିବା ସାଧାରଣ ରେ ଅଭିଯୋଗ ହେଉଛି

(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )