You are currently viewing ୨ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୪ ଗିରଫ
୨ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୪ ଗିରଫ

ରାଉରକେଲା,୫/୭: ପରିବାର ବିବାଦକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦ୍ଧୃ ସ୍କୁଲ ଗଳିର ମହମ୍ମଦ ଆଫ୍ରିଦ (୨୬), ଆନନ୍ଦ ଭବନ ଲେନ୍‌ର ସିଦ୍ଦିକ୍ ଅନର (୨୧), ନାଲାରୋଡ଼ର ମହମ୍ମଦ ହସନ୍ ଓରଫ ଚିଣ୍ଟୁ (୨୪) ଗୋପବନ୍ଧୁପାଲୀର ମହମ୍ମଦ ଫୟୁମ୍ ସରଫ ସଲ୍‌ମାନ୍ (୨୨)। ଏମାନଙ୍କ ନିକଟରୁ ପୁଲିସ ବୁଲେଟ୍ ମୋଟରସାଇକଲ (ଓଡ଼ି୧୪ କେ-୧୪୭୭), ମହିନ୍ଦ୍ରା କାର୍ (ଓଡି୧୪ଭି-୭୬୭୫), ହାତୁଡ଼ି ଓ ଷ୍ଟିଲ ରତ୍ ଜବତ ହୋଇଛି। ଗତକାଲି ରାଜଗାଙ୍ଗପୁର ଦୁଇ ଭାଇ ରାଉରକେଲା ଶ୍ଵଶୁର ଘରକୁ ଆସିଥିଲେ। ପରିବାର କୌଣସି ଘଟଣାକୁ କେନ୍ଦ୍ରକରି ରଜାକ୍ ସିନେମା ଗଳିରେ ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା । ରାଉରକେଲା ପୁରୁଣା ଷ୍ଟେସନ ରୋଡର ସୋହିଲ ଅନ୍ତ୍ର ଏ ସଂକ୍ରାନ୍ତରେ ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଏତଲା ଦେଇଥିଲେ।