You are currently viewing 4 ନରହତ୍ୟା 20 ଡକାୟତ ମାମଲାରେ ସମ୍ପୃକ୍ତ ମୋଷ୍ଟ ୱାଣ୍ଟେଡ ପ୍ରଦୀପ ପରିଡା କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ,
4 ନରହତ୍ୟା 20 ଡକାୟତ ମାମଲାରେ ସମ୍ପୃକ୍ତ ମୋଷ୍ଟ ୱାଣ୍ଟେଡ ପ୍ରଦୀପ ପରିଡା କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ,

ଖଲ୍ଲିକୋଟ : 5/10 ଖଲ୍ଲିକୋଟ ସମେତ ଓଡିଶା ର ବିଭିନ୍ନ ଥାନା ଚାରିଗୋଟି ନରହତ୍ୟା ଓ 20 ରୁ ଊର୍ଧ୍ଵ ଡକାୟତି ଓ ଦାଦାବଟି ଓ ରାହାଜାନି ମାମଲାରେ ସମ୍ପୃକ୍ତ ଥିବା ଆନ୍ତଃ ରାଜ୍ୟ ଅପରାଧୀ ମୋଷ୍ଟ ୱାଣ୍ଟେଡ ପ୍ରଦୀପ ପରିଡା କୁ ମଙ୍ଗଳବାର ଦିନ ଖଲ୍ଲିକୋଟ ପୋଲିସ କେଶପୁର ଅଞ୍ଚଳ ରୁ ଗିରଫ କରିଥିବା ଜଣାପଡିଛି |ଖଲ୍ଲିକୋଟ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଛତ୍ରପୁର ଏସ ଡ଼ି ପି ଓ ଗୌରହରୀ ସାହୁ ଗଣମାଧ୍ୟମ କୁ ସୂଚନା ଦେଇ ଗତ 26/4/24 ଦିନ ସୁରଟ ରେ କାହ୍ନ| ର ଶାଶୁ ଓ ପ୍ରଦୀପ ପରିଡା ମଧ୍ୟରେ ଗଞ୍ଜାଇ ବେପାର ରେ ପଇସା ଭ|ଗବଣ୍ଟା କୁ କେନ୍ଦ୍ର କରି ପ୍ରଦୀପ ପରିଡା ଆସି କାହ୍ନ| ର ଘର ଆଗରେ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ସହ ଗାଳିଗୁଲଜ କରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲା |ତେବେ ଖଲ୍ଲିକୋଟ ଥାନା ତୋଟା ଗାଁ ର ଗୋଲେଖ ବାରିକ ଙ୍କ ପୁଅ କାହ୍ନ| ବାରିକ ଙ୍କ ଏତଲା କୁ ଭିତ୍ତି କରି ପୋଲିସ ପି ଏସ କେସ ନମ୍ବର _ 368 /27/4 /24 ରେ ଏକ ମାମଲା ରୁଜ୍ଜୁ କରିବା ସହ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭ|କୁଟି ଡିହ ଗ୍ରାମର କୁଖ୍ୟାତ ଅପରାଧୀ କୁ ଧରିବା ପାଇଁ ଖଲ୍ଲିକୋଟ ପୋଲିସ ତଦନ୍ତ ଜାରି ରଖିଥିଲା |ତେବେ ପୋଲିସ କୌଣସି ସୂତ୍ର ଖବର ପାଇ ପ୍ରଦୀପ ଖଲ୍ଲିକୋଟ ଥାନା ଅଞ୍ଚଳ ରେ ଘୁରି ବୁଲି ପୁଣି କୌଣସି ଅପରାଧ ଘଟଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ପୋଲିସ କେଶପୁର ଠାରେ ମାଡି ବସିଥିଲା |ପୋଲିସ ପ୍ରଦୀପ ଠାରୁ ଏକ 9 ଏମ ଏମ ପିସ୍ତଲ ଏକ ଜୀବନ୍ତ ଗୁଳି ଜବତ କରିଥିଲା |ଏହି ମାମଲାରେ ଗଣେଶ ପାତ୍ର ରାଜା ପ୍ରଧାନ ଓ ରୋଶନ ପଲାଇ ଓରଫ ଡଗର କୁ ଗିରଫ କରିଥିଲା |

ତେବେ ଅପରାଧୀ ପ୍ରଦୀପ ପରିଡା ଖଲ୍ଲିକୋଟ ରେ ଦୁଇଟି ହତ୍ୟା ଓ କୋଦଳା ରେ ଏକ ହତ୍ୟା ଓ ଭୁବନେଶ୍ୱର ରେଳ ଷ୍ଟେସନ ରେ ଏକ ହତ୍ୟା ମାମଲାରେ ଜଡିତ ଥିବା ସହ 20 ରୁ ଊର୍ଧ୍ଵ ଡକାୟତି ରାହାଜାନି ଓ ଦାଦା ବଟି ଆଦାୟ ମାମଲାରେ ରେ ଥିବା ସହ ଗଞ୍ଜାମ ର ଧରାକୋଟ, କୋଦଳା, ଝାରସୁଗୁଡା, ବାଲୁଗାଁ ବାଣପୁର, ଭୁବନେଶ୍ୱର, ଚମ|ଖଣ୍ଡି ପ୍ରଭୃତି ଥାନା ରେ ପ୍ରାୟ 27 ଗୋଟି ମାମଲା ରହିଛି |ପ୍ରଦୀପ ର ଗିରଫ ଦାରୀ ନେଇ ଓଡିଶା ର ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି ବୋଲି ଏସ ଡ଼ି ପି ଓ ଗୌରହରୀ ସାହୁ ଓ ଆଇ ଆଇ ସି ନରେଶ କୁମାର ସାହୁ ଏକ ମିଳିତ ଭାବେ ପ୍ରକାଶ କରିଛନ୍ତି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )