You are currently viewing ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡ
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡ

ଆସିକା ୨୪/୦୨/୨୪( ଶକ୍ତି ପସାଦ କର)
ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ lମାନ୍ୟବର ବିଚାରପତି ପ୍ରବୀର କୁମାର ଚୌଧୁରୀ ମୃତ ମଞ୍ଜୁଳା ପ୍ରଧାନ ର ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଅନାଦେୟ ରେ ଅଧିକ ୦୬ ମାସ ସଶ୍ରମ କାରାଦଣ୍ଡ ର ଆଦେଶ ଶୁଣାଇଛନ୍ତି l ଗତ ୨୫/୦୯/୨୨ ମସିହାରେ ସ୍ୱାମୀ ବିଜୟ ନିଜ ସ୍ତ୍ରୀ ମଞ୍ଜୁଳା ପ୍ରଧାନ କୁ ନୃଶଂସ ଭାବେ ହତ୍ୟା କରିଥିଲା l ମୃତ ମଞ୍ଜୁଳା ଙ୍କ ପୁଅ ସନ୍ତୋଷ ପ୍ରଧାନ ଙ୍କ ଅଭିଯୋଗ କୁ ଆଧାର କରି ଆସିକା ପୋଲିସ କେସ ନମ୍ବର ୬୧୩/୨୨ ରେ ମାମଲା ରୁଜୁ କରି ସ୍ୱାମୀ ବିଜୟ ପ୍ରଧାନ କୁ ଗିରଫ କରିଥଲା l ମୋଟ ୧୬ ଜଣଙ୍କ ସାକ୍ଷୀ ଓ ତତନ୍ତକାରୀ ଅଧିକାରୀ ଙ୍କ ସାକ୍ଷ କୁ ଗ୍ରହଣ କରି ଏହି ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି।କୋର୍ଟ ରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜି. ସୂର୍ଯ୍ୟ ପ୍ରକାଶ ରାଓ ଏହି ମାମଲା ପରିଚାଳନା କରିଥିଲେ।