You are currently viewing ୧୦ ହଜାର ଟଙ୍କା ଚୋରି ଅଭିଯୋଗରେ ଇନାମ ବେଲପଡ଼ାରୁ ଜଣେ ଗିରଫ ।
୧୦ ହଜାର ଟଙ୍କା ଚୋରି ଅଭିଯୋଗରେ ଇନାମ ବେଲପଡ଼ାରୁ ଜଣେ ଗିରଫ ।

କୋଦଳା (୧୯/୦୫ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଇନାମ ବେଲପଡ଼ା ରୁ ଚୋରୀ ଅଭିଯୋଗରେ ଆଜି ସକାଳେ ଜଣକୁ ଗିରଫ କରିଛି କୋଦଳା ପୋଲିସ। ଅଭିଯୁକ୍ତ ଜଣକ ହେଲେ ମିଟୁ ପଲେଇ ।ସୂଚନା ଅନୁସାରେ ଗତ ୧୫ ତାରିଖରେ ଇନାମ ବେଲପଡ଼ାରୁ ରାମ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପକେଟମାର କରି ୧୦ ହଜାର ଟଙ୍କା ଚୋରୀ କରି ଥିଲେ। ଏନେଇ ରାମ ଦାସ କୋଦଳା ଥାନାରେ ଅଭିଯୋଗ କଲା ପରେ ଘଟଣାର ତଦନ୍ତ କରିଥିଲା ପୋଲିସ। ରାମ ଦାସଙ୍କ ଘର କବିସୂର୍ଯ୍ୟନଗର ହୋଇଥିବା ବେଳେ ସେ ତାଙ୍କ ମାମୁଁ ଘରକୁ ଗତ ୧୫ ତାରିଖରେ ଆସିଥିଲେ। ଗରମ ହେଉଥିବାରୁ ଦାଣ୍ଡରେ ଥିବା ମନ୍ଦିର ବେଢାରେ ସେ ରାତିରେ ଶୋଇଥିବା ବେଳେ ତାଙ୍କ ପ୍ଯାଣ୍ଟ ପକେଟ୍ ରୁ ମିଟୁ ପଲେଇ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ପୋଲିସ ମିଟୁକୁ ଗିରଫ କରିବା ସହ ତାଠାରୁ ନଗଦ ୮ ହଜାର ୬୭୦ ଟଙ୍କା ଜବତ କରିଥିବା ବେଳେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।