You are currently viewing ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା 70 କିଲୋ ଗ୍ରାମ ଗଞ୍ଜେଇ ସହ କାର ଜବତ, ଜଣେ ଗୀରଫ ଓ ଜଣେ ଫେରାର।
ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା 70 କିଲୋ ଗ୍ରାମ ଗଞ୍ଜେଇ ସହ କାର ଜବତ, ଜଣେ ଗୀରଫ ଓ ଜଣେ ଫେରାର।

ଖଲ୍ଲିକୋଟ, ତା 30/05 ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା 70 କିଲୋଗ୍ରାମ ଗଞ୍ଜେଇ ସହ ଗୋଟିଏ ମହିନ୍ଦ୍ରା ଏକ୍ସ ୟୁ ଭି 500 କାର ନମ୍ବର ଓ ଡି 02 ଜି 4224 ଜବତ କରି କାରରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୀରଫ କରିଥିବା ବେଳେ ଅନ୍ୟ ଜଣେ ଆସାମୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗୀରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଜିଲ୍ଲା ସରଣକୁଳ ଅଞ୍ଚଳର ବିକାଶ ଭଟ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଉକ୍ତ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ରେଞ୍ଜ ଡେପୁଟି କମିଶନର ଡମ୍ଵରୁଧର ଖଣ୍ଡା ଓ ଉପ ଅଧିକ୍ଷକ ସୃତିକାନ୍ତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ଅଜିତ କୁମାର ନାୟକଙ୍କ ତତ୍ବାବଧାନରେ ଅନ୍ୟାନ୍ୟ ସହକର୍ମୀ ମାନଙ୍କ ସହ ଉକ୍ତ ଗଞ୍ଜେଇ ବୋଝେଇ କାରର ପିଛା କରି ଖଲ୍ଲିକୋଟ ସାନଘାଟି ନିକଟରେ ମାଡି ବସିଥିଲେ। ପରେ ଗୀରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ