You are currently viewing ବାପାଙ୍କ ସଂପତ୍ତିକୁ ମନଇଛା କବ୍ଜା କରିଥିବା ଅଭିଯୋଗରେ ଏକ ଦୋକାନ ଘରେ ଧାରଣା ଦେଲେ ବୃଦ୍ଧ ବୃଦ୍ଧା ।
ବାପାଙ୍କ ସଂପତ୍ତିକୁ ମନଇଛା କବ୍ଜା କରିଥିବା ଅଭିଯୋଗରେ ଏକ ଦୋକାନ ଘରେ ଧାରଣା ଦେଲେ ବୃଦ୍ଧ ବୃଦ୍ଧା ।

କୋଦଳା (୩୦/୦୫/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବଜାରରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବାପାଙ୍କ ଘରେ ଦୋକାନ କରିଥିବା ସାନ ପୁଅ ଉକ୍ତ ଦୋକାନ ଗୃହକୁ ନିଜ ଅକ୍ତିଆରରେ ରଖିଥିବାରୁ ସମସ୍ତ ସଂପତ୍ତିକୁ ୪ ପୁଅକଂ ମଧ୍ୟରେ ବାଣ୍ଟି ହେଉନି। ଏଭଳି ଅଭିଯୋଗ ନେଇ ପୂର୍ବରୁ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି ମଧ୍ୟାହ୍ନରେ ବେଗୁନିଆପଡ଼ା ବାପୁଜୀ ନଗରର ଶିବ ପ୍ରଧାନ ନାମକ ଜଣେ ବୃଦ୍ଧ ଓ ଗୟା ପ୍ରଧାନ ନାମକ ଜଣେ ବୃଦ୍ଧା ସାନ ପୁଅ କରିଥିବା ଶ୍ରୀ ରାମ ଲସି ଦୋକାନରେ ଧାରଣା ଦେଇଛନ୍ତି। ବୃଦ୍ଧ ବାପା ମା ଙ୍କ ଅଭିଯୋଗ ହେଲା ସାନ ପୁଅ ଏ ଦୋକାନକୁ ଜୋର୍ ଜବରଦସ୍ତ ମାଡି ବସିଛି ।ଉକ୍ତ ଦୋକାନ ଛାଡିଲେ ସମସ୍ତ ପୁଅକଂ ମଧ୍ୟରେ ସମ୍ପତ୍ତି ସମାନ ଭାଗରେ ବାଣ୍ଟି ହେବ। ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି। ସେପଟେ ସାନ ପୁଅ ଶତ୍ରୁଘ୍ନ ପ୍ରଧାନ ଦୋକାନ ଛାଡି ଚାଲି ଯାଇଥିବା ଜଣାପଡ଼ିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।