ବେଗୁନିଆପଡ଼ା (୧୯/୦୭/୨୦୨୩)
ବିବାହର ୯ ବର୍ଷ ପରେ ସଂସାର ଚୁରମାର ହୋଇଗଲା। ସ୍ବାମୀ ଓ ଶଶୁର ଘର ଲୋକଙ୍କ ଦାଉ ସହି ନପାରି ଅତି କଷ୍ଟରେ ଦିନ କାଟୁଥିବା ରୋଜିରାଣୀକୁଂ ଶେଷରେ ଯୌତୁକ ନିର୍ଯାତନା ଦେଇ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାପା ମା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପାଇକ ସାହିର ରୋଜିରାଣୀ ଜେନା। ଆଜକୁ ୯ ବର୍ଷ ତଳେ ଚିଲିକା ନୀଳାଦ୍ରି ବିହାର ଠାରେ କୈଳାସ ମାଝୀଙ୍କ ବଡ଼ ପୁଅ ରୋହିତ ମାଝୀଙ୍କ ସହ ବିବାହ ବୈଦିକ ରୀତିରେ ବିବାହ ହୋଇଥିଲା। ତେବେ ଦୀର୍ଘ ଦିନ ଧରି ଅଧିକ ଯୌତୁକ ଲୋଭରେ ତାଙ୍କର ସ୍ବାମୀ, ଶଶୁର, ଶାଶୁ ମିଳିମିଶି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ରୋଜିରାଣୀ ନିଜ ପରିବାର ଲୋକଙ୍କୁ କହି ଆସୁଥିଲେ। ଗତକାଲି ରୋଜିରାଣୀ କଂ ଝୁଲନ୍ତା ମୃତ ଦେହ ଘରୁ ଉଧାର କରିଛି ପୋଲିସ। ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ସୁଚିନ୍ତିତ ଷଡଯନ୍ତ୍ର କରି ହତ୍ୟା କରି ଫ୍ଯାନ୍ ରେ ଝୁଲାଇ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ରୋଜୀକଂ ବାପା। ଏନେଇ ଏତଲା ବାଲୁଗାଁ ଥାନାରେ ଦିଆଯାଇଥିବା ବେଳେ ପୋଷ୍ଟ ମୋଟମ ରିପୋର୍ଟ କୁ ଅପେକ୍ଷା କରାଯାଇଛି। ଥାନା ଅଧିକାରୀ ନିରପେକ୍ଷ ତଦନ୍ତ କରି ନ୍ଯାୟ ପ୍ରଦାନ କରିବାକୁ ରୋଜିକଂ ବାପା ପ୍ରଦୀପ କୁମାର ଜେନା ଦାବି କରିଛନ୍ତି। ସେପଟେ ରୋଜିକଂ ଗୋଟିଏ ୯ ବର୍ଷର ଝିଅ ଓ ୬ ବର୍ଷର ପୁଅ ମା ଛେଉଣ୍ଡ ହୋଇ ଯାଇଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ।
