You are currently viewing ମଠସରସିଂ ଠାରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ମଠସରସିଂ ଠାରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଂ ର ଜଣେ ୨୫ ବର୍ଷୀୟ ମହିଳା ଏଭଳି ଅଭିଯୋଗ ଆଣିବା ପରେ ମଙ୍ଗଳବାର ଦିନ ଅଭିଯୁକ୍ତଙ୍କୁ କୋଦଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲେ ପୋଲସରା ଥାନା ତେନ୍ତୁଳିଆ ଗ୍ରାମର ବ୍ରହ୍ମାନନ୍ଦ ସେଠୀ ।
ସୂଚନା ଅନୁସାରେ ମଠସରସିଂ ଗ୍ରାମର ଜଣେ ମହିଳାଙ୍କ ସହ ପୂର୍ବରୁ ବ୍ରହ୍ମାନନ୍ଦର ପ୍ରେମ ସମ୍ପର୍କ ଥିଲା। ପରେ ମହିଳା ଜଣକ ୭ ମାସ ତଳେ ଅନ୍ଯତ୍ର ବାହା ହୋଇଥିଲେ। ତେବେ ବର୍ତ୍ତମାନ ମହିଳା ଜଣକ ନିଜ ବାପଘର ମଠସରସିଂ କୁ ଆସିଥିବା ବେଳେ ପୁଣି ବ୍ରହ୍ମାନନ୍ଦ ଫୋନ୍ ଯୋଗେ ବାର୍ତ୍ତାଳାପ କରିବା ସହ ସୁଯୋଗ ଦେଖି ବାହା ହେବ କହି ଶାରିରୀକ ସମ୍ପର୍କ ସ୍ଥାପନ କଲା। ମହିଳା ଜଣକ ୨ ମାସର ଗର୍ଭବତୀ ଜାଣିବା ପରେ ଆଉ ଧରା ଦେଲାନି। ଯାହାକୁ ନେଇ କୋଦଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମହିଳା। ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପରୀକ୍ଷା କରିବା ପରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟ ସମୟରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।