You are currently viewing ନେତାଙ୍କ ଘରକୁ ଭିକାରି ବେଶରେ ଆସିଲେ, ଭିକ୍ଷା ମାଗିଲେ, ଭିକ୍ଷାଦାନ ବେଳେ ମାରଣାସ୍ତ୍ରରେ ଆକ୍ରମଣ କଲେ ।
ନେତାଙ୍କ ଘରକୁ ଭିକାରି ବେଶରେ ଆସିଲେ, ଭିକ୍ଷା ମାଗିଲେ, ଭିକ୍ଷାଦାନ ବେଳେ ମାରଣାସ୍ତ୍ରରେ ଆକ୍ରମଣ କଲେ ।

ବିଶାଖାପାଟଣା – ୧୮/୧୧ – ( ଯଶୋବନ୍ତ ପାଢ଼ୀ ) -:- ( ଆଈ.ଯେ.ବି ) -:- ସକାଳୁ ସକାଳୁ ଭିକାରି ଭେଶଭୂଷାରେ ଟିଡିପି ନେତାଙ୍କ ଘରକୁ ଆସି ଭିକ୍ଷା ମାଗିଲେ ଭିକ୍ଷା ଦେବା ସମୟରେ ମାରଣାସ୍ତ୍ର ଦ୍ଵାରା ଆକ୍ରମଣ କରି ଘଟଣାସ୍ଥଳକୁ ଚମ୍ପଟ ମାରିଲେ। ଏହିପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାର ତୁନି ସହରରେ। ଏହି ଘଟଣାରେ ଟିଡିପି ନେତା ପି. ସେଶାଗିରି ରାଓଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି, ଚିକିତ୍ସା ପାଇଁ ତାଙ୍କୁ ସରକାରୀ ଡାକ୍ତରଖାନା ଏବଂ ପରେ କାକିନାଡାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଶାଗିରି ରାଓ ହେଉଛନ୍ତି ତେଲୁଗୁ ଦେଶମ୍ ପାର୍ଟି ଓ ତୁନି ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ | ଏହି ଘଟଣା ସକାଳ ପ୍ରାୟ ୬.୪୫ ସମୟରେ ଘଟଘଟିଥିଲ. କାକିନାଡା ଏଏସପି ପି. ଶ୍ରୀନିବାସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭଗବାନଙ୍କ ପରି ପୋଷାକ ପିନ୍ଧିଥିବା ଜଣେ ଅଜ୍ଞାତ ବ୍ୟକ୍ତି ସେଶାଗିରି ରାଓଙ୍କ ଘରକୁ ଆସି ଭିକ୍ଷା ମାଗିଥିଲେ। ରାଓ ତାଙ୍କୁ କିଛି ଟଙ୍କା ଦେଇଥିଲେ। ବ୍ୟକ୍ତି ଜଣକ ଟଙ୍କା ନେବାକୁ ମନା କରି ଚାଉଳ ମାଗିଥିଲେ। ଯେତେବେଳେ ରାଓ ଘର ଭିତରକୁ ଯାଇ ଚାଉଳ ଆଣିଥିଲେ, ସେତେବେଳେ ଅପରାଧୀ ତାଙ୍କୁ ମାରଣାସ୍ତ୍ର ଦ୍ଵାରା ଆକ୍ରମଣ କରିଥିଲା. ରାଓ ଆକ୍ରମଣକାରୀଙ୍କୁ ଗୋଡ଼ାଇଥିଲେ କିନ୍ତୁ ସେ କିଛି ଦୂରରେ ପାର୍କିଂ କରିଥିବା ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି ଏବଂ ସିସିଟିଭି କ୍ୟାମେରାର ଫୁଟେଜରେ ଆକ୍ରମଣକାରୀ ଦୃଶ୍ୟମାନ ହୋଇଥିଲେ ମଧ୍ୟ ମାସ୍କ ପିନ୍ଧିଥିବାରୁ ତାଙ୍କ ମୁହଁ ସ୍ପଷ୍ଟ ରୂପେ ଦିଶୁନଥିବା ପୋଲିସ କହିଛି। ଏପରିକି ଆକ୍ରମଣକାରୀ ମାନେ ବାଇକର ନମ୍ବର ପ୍ଲେଟକୁ ଦୁଇ ଖଣ୍ଡରେ ଭାଙ୍ଗି ଦେଇଥିଲେ। ପୋଲିସ ତୁନି ସହରର ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ଅପରାଧୀଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରୁଛି ।