ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ
ଦେବଜାନୀ କର।
୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ।
ଏକ ସବ ପ୍ଲଟ୍ ପାଇଁ ପଞ୍ଜୀକୃତ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ।
ଚଢ଼ାଉ କରି ଦେବଜାନୀଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରିଥିଲା ଭିଜିଲାନ୍ସ ଟିମ୍।
ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟି କୋଣରୁ ତାଙ୍କ ଘର ଓ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।
ରିପୋର୍ଟ, ଦୀପକ କୁମାର ପଣ୍ଡା
