ଗଞ୍ଜାମ ( ଉପେନ୍ଦ୍ର ଦୋରା ) ୦୩/୦୨/୨୩
ଗଞ୍ଜାମ ଜିଲ୍ଲା ମୌଳାଭଞ୍ଜା ନିକଟରେ ଶୁକ୍ରବାର ଦିନ ଦ୍ଵି-ପହରେ ଏକ ମହିଳା ସରକାରୀ ବସ କୁ ଜଗି ବସିଥିବା ବେଳେ କୌଣସି ସୂତ୍ରରୁ ଦିଗପହଣ୍ଡି ଥାନା ଅଧିକାରୀ ଖବର ପାଇ ଏସ.ଆଇ ଏ. ସ୍ୱର୍ଣଲତା ପାତ୍ର ଏବଂ ପୋଲିସ ଟିମ କୁ ପଠାଇ ଥିଲେ । ସେଠି ଯାଇ ଦେଖିଲା ବେଳେ ଜଣେ ମହିଳା ଗୋଟିଏ ଟ୍ରଲି ବ୍ୟାଗ ଧରି ଗାଡ଼ିକୁ ଅପେକ୍ଷା କରିଛି । ପାଖକୁ ଯାଇ ତଲାସୀ ନେଲା ବେଳେ ଦେଖିବାକୁ ପାଇଥିଲେ ବ୍ୟାଗ ଭିତରେ ଥିବା ଗଂଜେଇ ।ସାନଖେମୁଣ୍ଡି ତହସିଲଦାର ଙ୍କ ଉପସ୍ଥିତିରେ ଉକ୍ତ ଗଂଜେଇ କୁ ଓଜନ କରାଯାଇଥିଲା । ଗଂଜେଇ ର ଓଜନ ପ୍ରାୟ 23kg 840 ଗ୍ରାମ ହୋଇଥିଲା । ଅଭିଯୁକ୍ତ ମହିଳା ଜଣକ ହେଲେ ସିଙ୍ଗିପୁର ଗ୍ରାମର S. ଧୁବୁଣି ଦୋରା।
ଦିଗପହଣ୍ଡି ପୋଲିସ ଉକ୍ତ ମହିଳାଙ୍କୁ ପଚରା ଉଚରା ଜାରି ରଖିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବା ନେଇ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

