ଆସିକା, ୨୪/୦୨ ( ଶକ୍ତି ପସାଦ କର) ଆସିକା ଥାନା ଅଲିପୁର ପଂଚାୟତ ର କୋଟିବାଡ଼ି ଖେଳ ପଡିଆ ତୋଟା ର ବଡନଦୀ କୂଳ ପାଖରୁ ଏକ ଅଜଣା ଯୁବକ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ ଥିବା ପୋଲିସ ପ୍ରକାଶ କରିଛି l ଗତ ଦୁଇ ରୁ ଚାରିଦିନ ତଳେ ଏହି ଯୁବକ ମୃତ ହୋଇଥିବା ପୋଲିସ ଅନୁମାନ କରୁଛି l ଶବ ନିକଟରେ ଏକ ମଦ ବୋତଲ ଏବଂ କିଛି ପାଉଡ଼ର ଗୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି l ଆସିକା ପୋଲିସ କେସ ନମ୍ବର ୦୨/୨୪ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l ଆଖ ପାଖ ଅଞ୍ଚଳର କୌଣସି ଯୁବକ ନିଖୋଜ ହେବାର କିମ୍ବା ଆସିକା ଏବଂ କୋଟିନଡା ଥାନା ରେ ନିଖୋଜ ବ୍ୟକ୍ତି ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ l ପାଖା ପାଖି ଗାଁ ମାନଙ୍କ ରେ ଏହି ମୃତ୍ୟୁ ଖବର ପ୍ରାସାରିତ ହେବା ପରେ ମଧ୍ୟ କେହି ଏହି ଯୁବକ ର ପରିଚୟ ମିଳି ପାରିଲା ନାହିଁ l କିଏ ଏବଂ କଣ ପାଇଁ ଏହି ଯୁବକ କୁ ମାରିଛି ନା ସେ ନିଜେ ଆତ୍ମହତ୍ୟା କରିଛି ତାହା ଜଣାପଡ଼ିନାହିଁ l ପୋଲିସ ତଦନ୍ତ ଚାଲୁ ରଖିଛି l
