You are currently viewing ରେଳ ଫାଟକ ନିକଟରୁ ଗଂଜେଇ ଜବତ।
ରେଳ ଫାଟକ ନିକଟରୁ ଗଂଜେଇ ଜବତ।

ବାଲୁ ଗାଁ: ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ବୁଧବାର ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଫାଟକ ନିକଟରେ ଚଢ଼ାଉ କରି ୨ କେଜି ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ଜବ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ କେଶ ନଂ ୧୧୩/୨୬–୨୭ରେ ମାମଲା ରୁଜୁକରି ଟା ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ଅଭିଯୁକ୍ତ ଫକୀର ମୋହନ ନାଥଙ୍କୁ(୫୨)ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୌମ୍ୟ ରଞ୍ଜନ ବେହେରା, ଟାଙ୍ଗୀ ଅବକାରୀ ଅଧିକାରୀ ରାଜେନ୍ଦ୍ର ସିଂହ କନଷ୍ଟେବଳ ରଞ୍ଜିତ ପଟେଲ, ସୁନିତା ମହାରଣା, ସତ୍ୟବନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ।