କୋଦଳା (୦୫/୧୨/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଏକ ଚୋରୀ ହୋଇଥିବା ସ୍କୁଟି କୁ ଉଦ୍ଧାର କରି ଅଭିଯୋଗକାରୀ ତଥା ପ୍ରକୃତ ମାଲିକକୁଂ ହସ୍ତାନ୍ତର କରିଛି। ଚୋରୀ କରିଥିବା ସ୍କୁଟି ତଥା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ କୋଦଳା ଥାନା ଅନ୍ତର୍ଗତ ଦିଗାପଡା ରୋଡ୍ ସାହିର ମହେଶ୍ବର ବେହେରା ନିଜ ଘର ଆଗରେ ରଖିଥିବା ଏକ ଧଳା ରଙ୍ଗର ସ୍କୁଟି ଗତ ୨୪ ତାରିଖରେ ଚୋରୀ ହୋଇଥିବା ନେଇ କୋଦଳା ଥାନାରେ ଅଭିଯୋଗ କରିଥିଲେ। ନିଜ ଘର ଆଗରେ ସ୍କୁଟିକୁ ରଖି ଘରେ ଶୋଇଥିବା ବେଳେ ସକାଳୁ ସ୍କୁଟି ନଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ନମ୍ବର ଥିଲା ଓଡି ଜିରୋ ସେଭେନ୍ ଏ ୦୮୯୦ ।ଉକ୍ତ ସ୍କୁଟି ଚୋରୀ ହୋଇଥିବା ନେଇ ଅଭିଯୋଗ ପାଇବା ପରେ ପୋଲିସ ଏନେଇ ଅନୁସନ୍ଧାନ କରିବା ପରେ ବାରସର ଠାରୁ ଉକ୍ତ ସ୍କୁଟିକୁ ଉଦ୍ଧାର କରି ଅଭିଯୁକ୍ତ ବାରସର ଗ୍ରାମର ଜିତେନ୍ଦ୍ର ଯେନାକୁଂ ଗିରଫ କରି କୋର୍ଟ ଚାଲାଣ କରିଛି ।ଏଥି ସହିତ କାଗଜପତ୍ର ଯାଞ୍ଚ କରି ପ୍ରକୃତ ମାଲିକଙ୍କୁ ସ୍କୁଟି ହସ୍ତାନ୍ତର କରିଥିବା ବେଳେ ଏନେଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ମହେଶ୍ବର।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ନିୟୁଜ।
