You are currently viewing ଔଷଧ ନ ଦେବାରୁ ବଇଦଙ୍କୁ ହତ୍ୟା କଲେ ଦୁଇ ଦୁବୃର୍ତ୍ତ
ଔଷଧ ନ ଦେବାରୁ ବଇଦଙ୍କୁ ହତ୍ୟା କଲେ ଦୁଇ ଦୁବୃର୍ତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ କିଛି ମାସର ବ୍ୟବଧାନ ପରେ ପୁଣିଥରେ ଏକ ହତ୍ୟାକାଣ୍ଡ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମରେ । ଯାହାକି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜଣାପଡିଛି । ଗ୍ରାମର ଜଣେ ବଇଦ ଔଷଧ ନଥିବା ବେଳେ ଦେଇନଥିବା ଯୋଗୁଁ ଲୁହାଛଡରେ ପିଟିପିଟି ହତ୍ୟା କରିଛନ୍ତି ଦୁଇ ଦୁବୃର୍ତ୍ତ । ଖବରନୁଯାୟୀ , ବଙ୍ଗାଳୀ ସେଠୀ ନାମକ ଜଣେ ବୃଦ୍ଧ ଦୀର୍ଘ ବର୍ଷ ଧରି ଗ୍ରାମରେ ଆୟୁର୍ବେଦ ଚିକିତ୍ସା କରିବା ସହ ଔଷଧ ଦେଇ ଆସୁଥିଲେ। ଶୁକ୍ରବାର ଅପରାହ୍ନରେ ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସି ବଇଦଙ୍କୁ ମଧୁମେହ ପ୍ରତିରୋଧକ ଔଷଧ ମାଗିଥିଲେ। ତେବେ ଔଷଧ ମହଜୁଦ ନଥିବାରୁ ଯୁବକଙ୍କୁ କିଛି ସମୟ ଅପେକ୍ଷା କରିବା ପାଇଁ କହିଥିଲେ । ଔଷଧ ପ୍ରସ୍ତୁତ କରି ଦେବାପାଇଁ କହିବା ପରେ ଯୁବକ ଦ୍ବୟ ସେଠାରୁ ଉତେଜିତ ହୋଇ ସେଠାରୁ ଚାଲିଯାଇ ଗ୍ରାମର ଶେଷ ମୁଣ୍ଡରେ ଥିବା ଆମ୍ବଗଛ ମୂଳେ ରହିଥିଲେ। ଏହାର କିଛି ସମୟ ପରେ ବଇଦ ଜଣକ ନିଜ ସାଇକେଲ ଯୋଗେ ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ଦୁଇ ଯୁବକ ଲୁହା ରଡରେ ଆକ୍ରମଣ କରିଥିଲେ । ତେବେ ଗ୍ରାମର କିଛି ଲୋକଏହା ଦେଖିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଇଦଙ୍କ ମୃତ୍ୟୁ ହୋଇଥିବା ଖବର ମିଳିପାରିଛି । ଏପଟେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ବ୍ରହ୍ମପୁର ବଡ଼ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଦୁବୃର୍ତ୍ତ ବ୍ରହ୍ମପୁର ଖୋଡାସିଙ୍ଗି ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିପାରିଛି ।
କିରଣ କୁମାର ବେହେରା , ରିପୋର୍ଟର (ଦିଗପହଣ୍ଡି)