You are currently viewing ଚୋରୀ ମାମଲା,ରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କୋଦଳା ପୋଲିସ
ଚୋରୀ ମାମଲା,ରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କୋଦଳା ପୋଲିସ

କୋଦଳା (୨୨/୦୭/୨୦୨୩
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରୀ ମାମଲାରେ ଆଜି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସଡିପିଓକଂ ନେତୃତ୍ବରେ ଗଠିତ ଏକ ପୋଲିସ ଟିମ୍ ଉକ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ ଗତ ଜୁଲାଇ ୧୮ ତାରିଖରେ କାଳିମେଘି ଗ୍ରାମର ସଂଗୀତା ସ୍ବାଇଁ ଘରେ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଚୋରମାନେ ଘରେ ପଶି କାଠ ଆଲମିରା ଭାଗିଂ ସୁନା ରୂପା ଓ ନଗଦ ଟଙ୍କା ଚୋରୀ କରି ନେଇ ଯାଇଥିବା ଥାନାରେ ଅଭିଯୋଗ କରିଥିଲେ ସଂଗୀତା। ଏନେଇ ଗଞ୍ଜାମ ଏସପି କଂ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସଡିପିଓକଂ ତତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଥାନା ପରିସରରେ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।ତେବେ କାଳିମେଘି ରୁ ଚୋରୀ କରିଥିବା ନେଇ ଉକ୍ତ ଅଭିଯୁକ୍ତ ମାନେ ମାନିଥିଲା ବେଳେ ପୁସ୍ତପୁର ଠାରେ ଥିବା ଏକ ଲୁହା ଦୋକାନ ସମେତ, କବିସୂର୍ଯ୍ୟନଗର ଥାନାର ବଡ଼ ଖରିଡା ମେଡିକାଲରୁ କମ୍ପୁଟର ଓ ଆସବାବପତ୍ର , ପ୍ରାଣଦେଇପୁର ର ଏକ ଘରୁ ମଧ୍ୟ ଚୋରୀ କରିଥିବା ନେଇ ସ୍ବୀକାର କରିଥିଲେ ୪ ଅଭିଯୁକ୍ତ।ମୋଟ
୫ ଗୋଟି ମାମଲାରେ ବହୁ ଜିନିଷ ପତ୍ର ସହ ନଗଦ ୫୦ ହଜାର ଟଙ୍କା ଉଧାର କରିଛି ପୋଲିସ।ଅଭିଯୁକ୍ତ ମାନେ ହେଲେ କୋଦଳା ଥାନା ଅନ୍ତର୍ଗତ ମାରୁଡିପଲ୍ଲୀର ଜଗା ପାତ୍ର, ଜାପାନ ପାତ୍ର ଓ ରାଜୁ ପାତ୍ର। ସେହିପରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ର ଆଉ ଜଣେ ଅଭିଯୁକ୍ତ ଟୁକୁନା ନାୟକ ।ଏନେଇ ୩୩୯/୨୦୨୩ ରେ ମାମଲା ରୁଜୁ କରାଯାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଆବଶ୍ୟକ ହେଲେ ପୋଲିସ ରିମାଣ୍ଡରେ ଆଣିବ ବୋଲି ମଧ୍ୟ ଜଣାପଡ଼ିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।