You are currently viewing ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ : ଡ୍ରାଇଭର ଫେରାର
ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ : ଡ୍ରାଇଭର ଫେରାର

ବାଲିଗୁଡା, ତା, ୧୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ରେଞ୍ଜ ଅଞ୍ଚଳର ଚକାପାଦ ବ୍ଲକ୍ ଲାଇନପଡ଼ା ପାଖ ଜଙ୍ଗଲରେ ନିଆଁ ଲାଗିଯିବାରୁ ନିଆଁକୁ ଲିଭାଇ ଫେରିବା ସମୟରେ କୌଣସି ସୂତ୍ରରୁ ଖବର ପାଇବା ପରେ ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକଙ୍କ ସମେତ ଫରେଷ୍ଟର କମଳ କାନ୍ତ ପ୍ରଧାନ,ଫରେଷ୍ଟ୍ର ଗାର୍ଡ ଅରୁଣ କୁମାର ପାତ୍ର ପ୍ରମୁଖ ଲାଇନପଡା ମାଲାଙ୍ଗସୁଗା ଜଙ୍ଗଲ ପାଖରେ ପାଟ୍ରୋଲିଂ କରୁଥିବା ସମୟରେ ଶାଳ କାଠ ବୋଝେଇ ହୋଇ ଯାଉଥିବା ମହିନ୍ଦ୍ରା ଟ୍ରାକ୍ଟର ନଂ.ଓଡି- ୧୨-୧୧୮୦ ଡାଲା ନଂ. ଓଡି- ୧୨-୧୧୮୧ କୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି। ଜବତ୍ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୪୫ ହଜାର ଟଙ୍କା ହେବ ବୋଲି ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।