You are currently viewing ଅପହରଣ ମାମଲାରେ ତିନ ଅଭିଯୁକ୍ତ ଗିରଫ
ଅପହରଣ ମାମଲାରେ ତିନ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର। ଭିଏସଏସ ନଗରରୁ କାମ କରି ଘରକୁ ଫେରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ହୋଇଥିବା ଅପହରଣ ମାମଲାରେ ପୁଲିସ ତିନ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ସୁନିଲ, ସଞ୍ଜୟ ଏବଂ ସୁଶାନ୍ତକୁ ପଚରା ଉଚରା ପରେ ମୈତ୍ରୀ ବିହାର ଥାନା ପୁଲିସ କୋର୍ଟ ଚାଲାଣ କଲା।

ଖବର ଅନୁଯାୟୀ ଗତ କାଲି ଅଭିଯୋଗକରିଣୀଙ୍କ ଅଭିଯୋଗକ୍ରମେ ମୈତ୍ରୀ ବିହାର ଥାନା ପୁଲିସ ଆଜି ମାମଲାରେ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ପୀଡ଼ିତ ମନୋଜ ସେଠୀ ଗତ ତା ୧୮.୦୩.୨୦୨୩ ରିଖ ସନ୍ଧ୍ୟାରେ ଶ୍ରୀ ଲିଙ୍ଗରାଜ ଅଞ୍ଚଳରେ କରୁଥିବା କାମରୁ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ମାନେ ଭିଏସଏସ ନଗର ସ୍ଥିତ ହନୁମାନ ମନ୍ଦିର ନିକଟରୁ ତାଙ୍କୁ ଏକ କାର ରେ ଅପହରଣ କରି ନେଇ ଯାଇଥିଲେ ।

ଅଭିଯୁକ୍ତମାନେ ମନୋଜଙ୍କ ମୋବାଇଲ ଫୋନରୁ ତାଙ୍କର ସ୍ତ୍ରୀଙ୍କୁ ଫୋନ କରିବା ସହ ୫ଲକ୍ଷ ବଦଳରେ ତାଙ୍କର ସ୍ବାମୀଙ୍କୁ ମୁକୁଳାଇବା ପାଇଁ ଦାବି କରିଥିଲେ । ପରେ ମନୋଜଙ୍କ ପତ୍ନୀ ମୈତ୍ରୀ ବିହାର ଥାନା ଅଭିଯୋଗ କରୁଥିଲେ। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗାଡକଣ ଅଞ୍ଚଳରୁ କାବୁ କରିବା ସହ ମନୋଜଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତମାନେ ସେମାନଙ୍କର ଦୋଷ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।