You are currently viewing କୋଦଳା ପୋଲିସ୍ କବଜାରେ ଅନ୍ତରାଷ୍ଟ୍ରିୟ ଡକାୟତି ଗ୍ୟାଙ୍ଗ୍ ।
କୋଦଳା ପୋଲିସ୍ କବଜାରେ ଅନ୍ତରାଷ୍ଟ୍ରିୟ ଡକାୟତି ଗ୍ୟାଙ୍ଗ୍ ।

ଅନ୍ତରାଷ୍ଟ୍ରିୟ ଡକାୟତି ଗ୍ୟାଙ୍ଗ୍ କୁ ଧରିବାରେ ସଫଳ ହୋଇଛି ଗଞ୍ଜାମଜିଲ୍ଲା କୋଦଳା ପୋଲିସ୍ !ଓଡିଶାର ଚୌଦ୍ୱାର ,କଟକ,
ପୁରି, ଖଲିକୋଟ, ଖୋର୍ଦ୍ଦା,ଭୁବନେଶ୍ୱର ,ଏବଂ ଓଡିଶା ବାହାରେ ପଞ୍ଚିମ ବଙ୍ଗ ଭଳି ବିଭିନ୍ନ ଯାଗାରେ ଏହି କୁଖ୍ୟାତ ଡକାୟତ ଗଞ୍ଜାମଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବିଭୁ ଜେନା, ମାଣିକ ପୁର ଗ୍ରାମର ରାମ ପାଲ, ବାଟ ବ୍ରହ୍ମପୁର ଗ୍ରାମର ଓ ସଞ୍ଜୟ ବାରିକ ବେଗୁନିଆପଡା ଥାନା ଅଞ୍ଚଳ ଭାଲିଆ ଝର ଗାଁ ର ମିଶି ବହୁ ଯାଗାରେ ମଡର କରିବା ସହ ଦାଦାବଟି ମାଗିବା ଏବଁ ନଦେଲେ ଜିବନରେ ମାରିଦେବାର ଧମକ ମଧ୍ୟ ଦେଈଛନ୍ତି ! ବୋମାମାଡ,ଫାଇରିଙ୍ଗ୍ ମଧ୍ୟ କରିଥାନ୍ତି ! ଗତ କିଛି ଦିନ ତଳେ ଏକ କୁକୁଡା ଫାର୍ମ ମାଲିକ ଙ୍କ ଫାର୍ମରେ ପସି ମାରିଦେବାର ଧମକ ଦେବା ସହ ଦାଦାବଟି ମାଗିଥିଲେ ,ହେଲେ ଘଟଣାର ତଦନ୍ତ କରୁଥିଲା କୋଦଳା ଫୋଲିସ୍ ଏବଂ ବିସେଷ ସୁତ୍ରରୁ ଖବର ପାଇ ଜଣେ ଅଭିଜୁକ୍ତ ଙ୍କୁ ଗଞ୍ଜାମଜିଲ୍ଲା ପୁରୁଷତମ ପୁର ଥାନା ଇଲାକାରୁ ଧରାଯାଇଥିବା ବେଳେ ଅନ୍ଯ ଦୁଇଜଣ ଡକାୟତ ଙ୍କୁ ପଞ୍ଚିମବଙ୍ଗ ରୁ ଧରାଯାଇଥିବା ଜଣାପଡିଛି ! ତିନିଜଣ ଅଭିଜୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ 6 ଗୋଟି ବୋମା ,ଗୋଟିଏ ପିସ୍ତଲ,8 ଗୋଟି ଜିବନ୍ତ ଗୁଳି କୁ କୋଦଳା ଥାନା ପୋଲିସ୍ ଜବତ କରିଛି ! ଏପରିକି ଆଉ ମଧ୍ଯ ପୋଲିସ୍ ର ତଦନ୍ତ ଜାରି ରହିଛି ଆଗାମିଦିନରେ ମଧ୍ୟ ଆଉ କିଛି ଅପରାଧି ହାତରେ ଧରା ପଡିବାର ଆସଙ୍କା ରହିଥିବା କୋଦଳା ଥାନା ଅଧିକାରି ଉମାକାନ୍ତ ସୁଚନା ଦେଇଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।