You are currently viewing କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁଣ୍ଡାରାଜ, ମାତାଲ ହୋଇ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ କୋଦଳା ପୋଲିସ ଦ୍ବାରା ଅଭିଯୁକ୍ତ ଅଟକ
କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁଣ୍ଡାରାଜ, ମାତାଲ ହୋଇ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ କୋଦଳା ପୋଲିସ ଦ୍ବାରା ଅଭିଯୁକ୍ତ ଅଟକ

କୋଦଳା ୧୩/୦୬/୨୦୨୩)
ମଦପିଇ ମେଡିକାଲ ଭିତରେ ପଶିଲେ, ଷ୍ଟାଫ୍ ମାନଙ୍କୁ ମନଇଚ୍ଛା ଅଶ୍ଲିଳ ଭାଷାରେ ଗାଳି ଗୁଲଜ କଲେ, ଧମକାଇଲେ। ଏହାପରେ ଡାକ୍ତର ଘଟଣା ସ୍ଥଳରେ ପହଞ୍ଚିବା ପରେ ଡାକ୍ତରଙ୍କୁ ପିଟିଲେ। ଏଭଳି ଏକ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ କୋଦଳା ପୋଲିସ ଅଟକ ରଖିଛି ।ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ଅଭିଯୋଗ। ସୂଚନା ଅନୁସାରେ ଆଜି ଦିନ ୧୨ ଘଣ୍ଟା ସମୟରେ କୋଦଳା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ରହୁଥିବା ସୁନୀଲ ନାହାକ ନାମକ ଜଣେ ଯୁବକ ହଠାତ୍ ଜଣେ ପୁରୁଣା ରୋଗୀଙ୍କ ସହଯୋଗୀ ଭାବେ ଆସି ଡ୍ରେସିଂ କରିବାକୁ ଡ୍ରେସିଂ ରୁମରେ ପହଞ୍ଚିଥିଲେ। ତେବେ ଡ୍ରେସିଂ କରିବାରେ କିଛି ସମୟ ବିଳମ୍ବ ହେବାରୁ ଉତକ୍ଷିପ୍ତ ହୋଇ ଷ୍ଟାଫ୍ ମାନଙ୍କୁ ମନଇଚ୍ଛା ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିଲେ। ଲେଡିଜ୍ ଷ୍ଟାଫ୍ ମାନଙ୍କୁ ଧମକାଇଲେ। ଘଟଣା ଜାଣିବା ପରେ ଡାକ୍ତର ଜୟଦେବ ନାୟକ ପହଞ୍ଚି ବୁଝାସୁଝା କରିବା ସମୟରେ ଡାକ୍ତରକୁଂ ମାଡ଼ ମାରିଲେ ଯୁବକ ।ମେଡିକାଲ ସିକୁରିଟି କର୍ମୀ ମାନେ ଅଟକାଇବା ସହ ଏନେଇ କୋଦଳା ଥାନାରେ ଜଣାଇବା ପରେ କୋଦଳା ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।