You are currently viewing ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ
ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ

ବାଲିଗୁଡା, ତା, ୧୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଟି ଛୋଟ ବଡ଼ ବସ୍ତାରେ ଭର୍ତ୍ତି ମହୁଲ ଫୁଲକୁ ଜବତ କରିଛି। ବିଭାଗ, ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତିଲୋରୀ ଗ୍ରାମର ଜୈନିକ ବ୍ୟବସାୟୀ ଦୀର୍ଘ ଦିନ ହେଲା ବେଆଇନ ଭାବେ କୌଣସି ପଞ୍ଜିକୃତ ନଥାଇ ମହୁଲ ଫୁଲ କିଣା ବିକା କରୁଥିଲେ। କୌଣସି ସୂତ୍ରରୁ ଦାରିଙ୍ଗବାଡି ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଖବର ପାଇ ବୁଧବାର ଅପରାହ୍ନରେ ଗୋଦାମ ଗୃହରେ ଚଢ଼ାଉ କରି ମହୁଲ ଫୁଲକୁ ଜବତ କରିଛନ୍ତି। ଏହାର ଓଜନ କରିବା ପରେ ସଠିକ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ପ୍ରକାଶ କରିଛନ୍ତି।