You are currently viewing ଖରୁଡା ସାହିରେ ଜୁଆ ଆଡ୍ଡା ଉପରେ ଚଢାଉ,୬ ଜଣଙ୍କୁ ଉଠାଇଲା ପୋଲିସ।
ଖରୁଡା ସାହିରେ ଜୁଆ ଆଡ୍ଡା ଉପରେ ଚଢାଉ,୬ ଜଣଙ୍କୁ ଉଠାଇଲା ପୋଲିସ।

କୋଦଳା (୧୮ /୦୪/୨୦୨୩) (ଗଞ୍ଜାମ ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ )
ଗଞ୍ଜାମ ଜିଲ୍ଲା କୋଦଳା ଖରୁଡା ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ଚଢାଉ କରିଛି କୋଦଳା ପୋଲିସ। ଜୁଆ ଆଡ୍ଡା ଚାଲିଥିବା ନେଇ କୌଣସି ସୂତ୍ରରୁ କୋଦଳା ପୋଲିସ ଖବର ପାଇ ଚଢାଉ କରିଥିଲା। ତେବେ ଚଢାଉ ସମୟରେ ଜଣେ ଫେରାର ହୋଇଯାଇଥିବା ବେଳେ ୭ ଆସାମୀ ଧରା ପଡିଥିଲେ। ସେମାନଙ୍କ ଠାରୁ ନଗଦ ୭ ହଜାର ୧୧୦ ଟଙ୍କା ପୋଲିସ ଜବତ କରିଥିବା ବେଳେ ୪ ଗୋଟି ବାଇକ୍ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।ତେବେ କୋଦଳା ଏବଂ ଆଖପାଖ ଅଞ୍ଚଳରେ ବହୁ ସ୍ଥାନରେ ଜୁଆ ଆଡ୍ଡା ଚାଲୁଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ ମଧ୍ୟ ଜାରି ରହିଛି।