ଲାଠିକଟା, ୧୬/୭ :
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବିରକେରା ସ୍ଥିତ ରେଳାପୋଷ ଏବଂ ଗୁଡିଆଟୋଲି ଗ୍ରାମରେ ଚଢଉ କରାଯାଇ ମଦ ଜବତ କରାଯିବା ସହ ଦୁଇ ଜଣକୁ ଗିରଫ କରାଯାଇଛି। ରେଲାପୋଷ ଗ୍ରାମରେ ରହୁଥିବା ରାମୁ ଏକ୍କା କାରରେ ଦେଶୀ ମଦ ନେଇ ଗୁଡିଆଟୋଲା ଗ୍ରାମକୁ ଚାଲାଣ କରୁଥିବା ବେଳେ ଅବକାରୀ କର୍ମଚାରୀମାନେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ବେଆଇନ ଭାବେ ମଦ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ମଦ ନେଇ ଯାଉଥିବା ଯୁବକ ରାମୁ ଏକ୍କାକୁ ଗିରଫ କରିବା ସହ ଗାଡି ଡିକିରେ ରଖିବା ୧୫୦ ଲିଟର ଦେଶୀ ମଦ ଜବତ କରିଥିଲେ। ସେହିଭଳି କୋଇଲା ଗେଟ ନିକଟରେ ବାଇକରେ ମଦ ଚାଲାଣ କରୁଥିବା ସୁଜିତ ବେହେରାକୁ ଗିରଫ କରିବା ସହ ତା’ ନିକଟରୁ ୯୦ ଲିଟର ମଦ ଜବତ କରିଛନ୍ତି। ମଦଗୁଡିକ ଜବତ କରିବା ପରେ ସେଗୁଡିକୁ ସେଠାରେ ନଷ୍ଟ କରି ଦିଆଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି।
ଆଇ. ଯେ .ବି .ନିଉଜ
ରଶ୍ମିତା ମୁନି
