You are currently viewing ପୂର୍ବ ଶତ୍ରୁତାକୁ ନେଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ
ପୂର୍ବ ଶତ୍ରୁତାକୁ ନେଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଛକରେ ଶୁକ୍ରବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁଶାନ୍ତ ରେଡ୍ଡୀ ନାମକ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଖବରନୁଯାୟୀ , କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଠି ଗ୍ରାମ ଛକରେ ସୁଶାନ୍ତ ଏକ ପାନ ଦୋକାନ କରି ଆସୁଥିଲେ ମଧ୍ୟ ବିଭିନ୍ନ ସମୟରେ ମଦ୍ୟପାନ କରି ଲୋକଙ୍କୁ ଗାଳିଗୁଲଜ କରି ଆସୁଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ଗତ ୩ ମାସ ପୂର୍ବେ କିଛି ଯୁବକଙ୍କ ସହ ସୁଶାନ୍ତର ପାଟିତୁଣ୍ଡ ହୋଇଥିଲା । ଏପରିକି ୩ ରୁ ୪ ଦିନ ତଳେ ମଧ୍ୟ ଏହାର ପୁନରାବୃତ୍ତି ହୋଇଥିବା ପୋଲିସ ସୂଚନା ଦେଇଛି । ଏହାକୁ କେନ୍ଦ୍ରକରି ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ସୁଶାନ୍ତ ନିଜ ପାନ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିବା ସମୟରେ ତିନି ଜଣ ଯୁବକ ଏକ ଗାଡ଼ିରେ ଆସି ସୁଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଯାହାଫଳରେ ସୁଶାନ୍ତଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ଏକ ଅଟୋ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ ପୋଲିସ ଖବରପାଇ ଗ୍ରାମରେ ପହଞ୍ଚି ଅନୁସନ୍ଧାନ କରି ଫେରିଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ଥାନାରେ କୌଣସି ଏତଲା ଦିଆଯାଇନଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ( ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା)