You are currently viewing ଉଲଗ୍ନ ଫଟୋ ଭାଇରାଲ ପାଇଁ ଧମକ ଦେଇ ଗିରଫ ହେଲେ ଯୁବକ
ଉଲଗ୍ନ ଫଟୋ ଭାଇରାଲ ପାଇଁ ଧମକ ଦେଇ ଗିରଫ ହେଲେ ଯୁବକ

କୋଦଳା (୨୩/୧୧ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜୈନିକ ନାବାଳିକାର ଫୋଟ ଭାଇରାଲ୍ କରିବାର ଧମକ ଦେବା ଅଭିଯୋଗରେ କୋଦଳା ଥାନା ପୋଲିସ ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ଧମକ ଦେଇଥିବା ଯୁବକକୁ ଗୁଣପୁର ପୋଲିସ ର ସହାୟତା ରେ ତାକୁ ଗୁଣପୁରରୁ ଗିରଫ କରିଛି। ଏହି ଯୁବକର ନାମ ସଞ୍ଜୟ କୁମାର ବିଶ୍ଵାଳ ହୋଇଥିବା ବେଳେ ତହାର ଘର କଟକ ଜିଲ୍ଲାର ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମରେ ବୋଲି ସୂଚନା ମିଳିଛି।

ଗିରଫ ଯୁବକ ଜଣଙ୍କ ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କୋଦଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିବା ଜଣାଯାଇଛି। କୋଦଳା ପୋଲିସର ଏହି ତ୍ଵରିତ ପଦକ୍ଷେପ ପାଇଁ ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।