You are currently viewing ବୁନ୍ଦାବନପୁର ହତ୍ୟା ମାମଲା ର ପର୍ଦ୍ଦାଫାଶ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା , ୨ ଅଭିଯୁକ୍ତ ଗିରଫ
ବୁନ୍ଦାବନପୁର ହତ୍ୟା ମାମଲା ର ପର୍ଦ୍ଦାଫାଶ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା , ୨ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି :୨୬/୦୯/୨୩ (ରଘୁନାଥ ନାୟକ)- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ହତ୍ୟା ମାମଲାର ପର୍ଦ୍ଦାଫାଶ ରେ ଦୁଇ ଅଭିଯୁକ୍ତ ଗିରଫ ସୁନୀଲ ନାୟକ ନାମକ ଜଣେ ଛେଳି ଚରାଳିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳାକାଟି ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ଫୋପାଡିବା ମାମଲାର ପୋଲିସ ପର୍ଦ୍ଦାଫାଶ କରିଥିବା ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଯୁବକଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଥିବା ପାଟପୁର ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗିରଫ ଯୁବକ ଦୁଇ ହେଲେ ପାଟପୁର ଥାନା ପୋଡାମାରୀ ଗ୍ରାମର ଏସ୍. ମାଲେସୁ ପାତ୍ର ଏବଂ ବୃନ୍ଦାବନପୁର ଗ୍ରାମର କୁନା ଦଳାଇ ।

ଖବର ଅନୁଯାୟୀ , ଶନିବାର ସକାଳୁ ସୁନୀଲ ବାପାଙ୍କ ଦେହ ଅସୁସ୍ଥ ଥିବା ହେତୁ ଛେଳିପଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ଅପରାହ୍ନରେ ମାଆ ଋବି ପୁଅ ପାଇଁ ଖାଇବା ଧରି ଜଙ୍ଗଲକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ । ଏପରିକି ଛେଳିପଲ ନିକଟରେ ପୁଅ ଧରିଥିବା ତଲାରୀ ପଡ଼ିଥିବା ବେଳେ କିଛି ରକ୍ତ ଟୋପା ପଡ଼ିଥିବା ନେଇ ମାଆର ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ।

ଅପରପକ୍ଷରେ ରବିବାର ସକାଳୁ ପୁଣିଥରେ ଗ୍ରାମବାସୀଙ୍କ ସହ ମାଆ ପୁଅକୁ ସେହି ଜଙ୍ଗଲରେ ଖୋଜିବା ସମୟରେ ଏକ ଲୁଟା ବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ ।ଘଟଣାପରେ ପାଟପୁର ପୋଲିସର ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରିଥିଲା । ଏନେଇ ମୃତ ସୁନୀଲର ମାଆ ଋବି ନାୟକ ପୁଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଥାନା କେସ୍ ନମ୍ବର ୬୧୦/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ପରେ ଜାମିନ ନାମଞ୍ଜୁର ହେବା କାରଣରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।