You are currently viewing ଔଷଧ ବ୍ୟବସାୟଙ୍କୁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ଔଷଧ ବ୍ୟବସାୟଙ୍କୁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଗୁଡା:୨୬/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ମଙ୍ଗଳବାର ହୋଇଥିବା ଔଷଧ ବ୍ୟବସାୟୀ ଙ୍କୁ ହତ୍ୟାକାଣ୍ଡ ଘଟଣାର ମୂଖ୍ୟ ଅଭିଯୁକ୍ତ ଆଦିତ୍ୟ ସାମନ୍ତଙ୍କୁ ଗିରଫ କରିଛି ରାଇକିଆ ପୋଲିସ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଅନ୍ୟ ଜଣଙ୍କର ସହାୟତାରେ ବ୍ରହ୍ମପୁର ପଳାଇଥିଲା। ସେଠାରୁ ରାଇକିଆ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ମୃତକ ଅନିକ୍ ପଟ୍ଟନାୟକଙ୍କ ପଡୋଶୀ ଅଭିଯୁକ୍ତ ଆଦିତ୍ୟ ସାମନ୍ତ ସହ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା। ହତ୍ୟାକାଣ୍ଡ ଘଟିବାର ଦୁଇଦିନ ପୂର୍ବରୁ ପୁଣି ଥରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆଦିତ୍ୟ ଅନୀକକୁ ଆକ୍ରମଣ ପାଇଁ ଯୋଜନା କରିଥିଲା। ନିଜର ସହଯୋଗୀ ସହ ମିଶି ଯୋଜନାବଦ୍ଧ ଭାବେ ଆନିକର ଘର ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଦିତ୍ୟ ଏକ ଲାଠି ସାହାଯ୍ୟରେ ଅନୀକର ମୁଣ୍ଡ ପଛପଟକୁ ଶକ୍ତ ଆଘାତ ଦେବା ଫଳରେ ଘଟଣା ସ୍ଥଳରେ ଅନିକର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ପକ୍ଷରୁ ତଦନ୍ତ ଅବ୍ୟାହତ ଥିବା ଜଣାପଡିଛି ।