ଆଜି ଅପରାହ୍ନ ସାଢ଼େ ୪ ଟା ସମୟରେ ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ସମିତି ସଭ୍ୟା କୁନି ପଲେଇକଂ ସ୍ବାମୀ ରମେଶ ଚନ୍ଦ୍ର ପଲେଇକୁଂ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଯୁବକ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମର ଦିବାକର ବେହେରା। ଆହତ ରମେଶଙ୍କ ଘର ତିରିଡା ଏବଂ ଆକ୍ରମଣକାରୀ ବ୍ଯକ୍ତି ଜଣକ ସେହି ଗ୍ରାମର ହୋଇଥିବା ଜଣାପଡିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବ୍ଲକ ସମ୍ମୁଖରେ ଥିବା ସିସିଟିଭି ଜାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆହତ ରମେଶଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
