You are currently viewing ଜଗଦଳପୁର ଗ୍ରାମରେ ବାରମ୍ବାର ମହିଳାଙ୍କୁ ହିଁ ଆକ୍ରମଣ କରି ଦୁର୍ବୃତ୍ତ ଚମ୍ପଟ ,ଘଟଣା ସ୍ଥଳେ ପୁଲିସର ତଦନ୍ତ ଜାରି
ଜଗଦଳପୁର ଗ୍ରାମରେ ବାରମ୍ବାର ମହିଳାଙ୍କୁ ହିଁ ଆକ୍ରମଣ କରି ଦୁର୍ବୃତ୍ତ ଚମ୍ପଟ ,ଘଟଣା ସ୍ଥଳେ ପୁଲିସର ତଦନ୍ତ ଜାରି

ଦିନ ଦିପହରେ ହିଁ ମହିଳାଙ୍କୁ ଟାର୍ଗେଟ କରୁଥିବା ଦୁର୍ବୃତ୍ତ ଜଣକ କିଏ !

ତାର ଉର୍ଦ୍ଧେଶ୍ୟ କଣ ,କାହିଁକି ମହିଳାମାନଙ୍କୁ ଟାର୍ଗେଟ କରୁଛି !

ବ୍ରହ୍ମପୁର,୧୮/୧୨/୨୨/ ବ୍ରହ୍ମପୁର ନିକଟ ଜଗଦଳପୁର ଗ୍ରାମର ୩ ଜଣ ମହିଳାଙ୍କୁ ଆକ୍ରମଣକୁ ନେଇ ହାଇଚଇ ସୃଷ୍ଟି ହୋଇଛି । ମାତ୍ର ୫ ଦିନ ଭିତରେ କବିତା ପାଢ଼ୀ ନାମକ ଜଣେ ମହିଳାଙ୍କୁ ଦୁଇଥର ମାରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇସାରିଛି। ଏଭଳି ସ୍ଥିତିରେ କିଏ ଓ କାହିଁକି ଆକ୍ରମଣ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି । ଆକ୍ରମଣ ପରେ ଘଟଣା ସ୍ଥଳରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଉଥିବାରୁ ତାକୁ ଏବେ ଯାଏଁ ଚିହ୍ନଟ କରାଯାଇପାରି ନାହିଁ ।ସୂଚନାଯୋଗ୍ୟଯେ, କେହି ଜଣେ ଦୁର୍ବୃତ୍ତ ଗତ କିଛି ଦିନ ହେଲା ବାରମ୍ବାର ମହିଳାମାନଙ୍କୁ ଆକ୍ରମଣ କରୁଛି। ଗତ ୧୪ତାରିଖରେ ପ୍ରଥମ ଘଟଣା ଘଟିଥିଲା । ପରେ ଜଗଦଳପୁର ଗ୍ରାମ ଗୋଲା ସାହିରେ କେ. ଭାରତୀ ପାତ୍ର ନାମକ ଜଣେ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଆକ୍ରମଣରେ ଭାରତୀଙ୍କ ମୁଣ୍ଡରୁ ପ୍ରଚାର ରକ୍ତ ବୋହିଥିଲା। ସେହିପରି ୧୬ତାରିଖରେ ସେହି ଗ୍ରାମ ତଳ ସାହିର
କବିତା ପାଢ଼ୀ ନାମ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଘର ବାରିପଟରେ କବିତା ଠିଆ ହୋଇଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ମୁଣ୍ଡକୁ ଇଟାରେ ମାଡ଼ ମାରି ଫେରାର୍‌‌ ହୋଇଯାଇଥିଲା। ଆକ୍ରମଣରେ କବିତାଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ଚିକିତ୍ସିତ ହୋଇଥିଲେ। ତେବେ ଲଗାତାର ଦୁଇ ଦିନ ଭିତରେ ଦୁଇଟି ଘଟଣା ଘଟିଥିବା ଯୋଗୁ କେହି ଦୁର୍ବୃତ୍ତ ଲୁଟ୍‌‌ ଉଦେଶ୍ୟରେ ଏଭଳି କାରନାମା କରୁଥିବା ଆଲୋଚନା ହେଉଥିବା ବେଳେ ପୁଣି ଆଜି (ରବିବାର) ସକାଳେ ପୁଣି ଥରେ କବିତାଙ୍କୁ ଆକ୍ରମଣ ହୋଇଛି । ସେ ଘର ଭିତରେ ଥିବା ବେଳେ ଦୁର୍ବୃତ୍ତ ଜଣକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଚମ୍ପଟ ମାରିଛି। କବିତା ଚିତ୍କାର କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସା କରିଥିଲେ। ବର୍ତମାନ ସୁଦ୍ଧା ଦୁର୍ବୁତ୍ତ ଧରା ପଡ଼ି ନଥିବାରୁ ଜଗଦଳପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରବିବାର ଘଟଣା ପରେ ସକାଳୁ ସକାଳୁ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ, ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ସହ ପୀଡ଼ିତଙ୍କ ବୟାନ ନେଇଛନ୍ତି। ଅଂଚଳରେ ଲାଗିଥିବା ସିସିଟିଭିରୁ ମଧ୍ୟ ପୁଲିସକୁ କୌଣସି ସୁରାକ ମିଲିନାହିଁ । ବର୍ତ୍ତମାନ ଗ୍ରାମରେ ପୁଲିସ ମୁତୟନ ରହିଥିବା ଜଣାପଡିଛି ।