You are currently viewing ୨୫ ଲିଟର ଦେଶୀମଦ ସହ ଜଣେ ଗିରଫ, ବାଇକ ଜବତ
୨୫ ଲିଟର ଦେଶୀମଦ ସହ ଜଣେ ଗିରଫ, ବାଇକ ଜବତ

ଖୋର୍ଦ୍ଧା ଦିନକୁ ଦିନ ଚୋର ମଦ ବେପାରଠୁ ମଦ ଯୋଗାଉଥିବା ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁ ଦୃଷ୍ଟି ରେ ରଖି ନୂତନ ଭାବେ ନାଚୁଣୀ ଥାନା ରେ ଯୋଗଦେଇଥିବା ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଏଥିପ୍ରତି ଗୁରୁତ୍ୱ ଦେଇ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ କନେଷ୍ଟବଳ ଅରୁଣ ପୁରୀ ଓ ପୂର୍ଣ୍ଣ ବେହେରା ଙ୍କୁ ପଠାଇ ହାଟବରଡି ରୁ ବଉଳାବନ୍ଧ ଯାଉଥିବା ବେଳେ ମଦ ବେପାରୀ କୁ କାବୁ କରିବା ସହିତ ତାଠାରୁ ୨୫ ଲିଟର ଦେଶୀ ମଦ ଓ ଏକ ବାଇକ ଜବତ କରିଥିଲେ। ସୂଚନା ମୁତାବକ ସାନ ନଈରୀର ନାରଣ ବେହେରାଙ୍କ ପୁଅ ରବିବେହେରା ବୋଲି ଜଣ ପଡିଛି,ଏ ସଂକ୍ରାନ୍ତରେ ନାଚୁଣୀ ଥାନାରେ କେଶ ନମ୍ବର ୧୭୦/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇ ତାକୁ ବାଣପୁର କୋର୍ଟ ଫରୱାର୍ଡ କରାଯାଇଥିବାବେଳେ ବିଚାରପତି ଜାମିନ କୁ ନାମଞ୍ଜୁର କରିବାରୁ ତାକୁ କାରାଗାରକୁ ପଠାଇଦେଇଥିଲେ ବୋଲି ସୂଚନା ଦେଇଛନ୍ତି ନାଚୁଣୀ ଥାନା ଅଧିକାରୀ।