You are currently viewing ସନାତନ ଚୌଧୁରୀଙ୍କୁ ହତ୍ୟା କରିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ବଜାର ପୋଲିସ୍
ସନାତନ ଚୌଧୁରୀଙ୍କୁ ହତ୍ୟା କରିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ବଜାର ପୋଲିସ୍

ଗଞ୍ଜାମ,୧୮.୫.୨୩(ଅଜୟ କୁମାର ସ୍ୱାଇଁ ):ସନାତନଙ୍କୁ ହତ୍ୟା କରିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୬ ତାରିଖରେ ଆଚାର୍ଯ୍ୟ ବିହାରର ସନାତନଙ୍କୁ କିଛି ଜଣ ଦୁବୃର୍ତ୍ତ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସନାତନଙ୍କ ପରିବାର ଲୋକେ ବଡ଼ବଜାର ଥାନାରେ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ । ସନାତନଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ କିଭଳି ହୋଇଥିଲା ସନାତନଙ୍କୁ ହତ୍ୟା କରାଯାଇଥିଲା ତାହା ସ୍ପଷ୍ଟ ହୋଇଥିଲା । ସନାତନଙ୍କ ତିନୋଟି ପତ୍ନୀ ରହିଛନ୍ତି । ତିନୋଟି ପତ୍ନୀଙ୍କ ମଧ୍ୟରୁ ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ଏହି ଦୁଇଟି ଝିଅକୁ ସନାତନଙ୍କୁ ହତ୍ୟା କରିଥିବା ପ୍ରଶାନ୍ତ ସାହୁ ଓ ଜେଲରେ ଥିବା ପ୍ରଶାନ୍ତଙ୍କ ଭାଇ ପ୍ରଦୀପ ସାହୁ ଭଲ ପାଉଥିଲେ । ଗତ କିଛି ଦିନ ପୂର୍ବରୁ କୈାଣସି କାରଣରୁ ସନାତନଙ୍କ ବଡ଼ ଝିଅର ମୃତ୍ୟୁ ହୋଇଥିଲା । ଆଉ ବଡ଼ ଝିଅର ମୃତ୍ୟୁ ହୋଇଛି ତାହା ଭଲ କଥା ବୋଲି କହିଥିଲେ ସନାତନ । ସନାତନଙ୍କ ଏଭଳି ନିଜ ଝିଅ ସମ୍ପର୍କରେ ମତକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସନାତନ ଙ୍କୁ ହତ୍ୟା କରିବା ନେଇ ଜେଲ ଭିତରୁ ଯୋଜନା କରିଥିଲେ ପ୍ରଦୀପ । ସନାତନଙ୍କୁ କିଭଳି ହତ୍ୟା କରାଯିବ ସେ ନେଇ ପ୍ରଶାନ୍ତଙ୍କୁ ଯୋଜନା ସମ୍ପର୍କରେ କହିଥିଲେ । ଜେଲ ଭିତରେ ରହିଥିବା ପ୍ରଦୀପଙ୍କ ଯୋଜନା ଅନୁଯାୟୀ ଗତ ୬ ତାରିଖରେ ପ୍ରଦୀପଙ୍କ ଭାଇ ପ୍ରଶାନ୍ତ ସାହୁ, ପ୍ରକାଶ ଖଟୁଆ ଓ ଶିବ ନାୟକ ସନାତନ ଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବାର ପୂର୍ବ ଦିନ ତଥା ୫ ତାରିଖରେ ମଧ୍ୟ ସନାତନଙ୍କୁ ହତ୍ୟା କରିବା ନେଇ ଉଦ୍ୟମ କରିଥିବା ବେଳେ ପୋଲିସ ପେଟ୍ରୋଲିଂ ଗାଡି ସେହି ସ୍ଥାନରେ ପହଞ୍ଚିବା ଯୋଗୁଁ ସେଠାରୁ ଅଭିଯୁକ୍ତ ମାନେ ଚାଲି ଯାଇଥିଲେ । କିନ୍ତୁ ୬ ତାରିଖ ଦିନ ହତ୍ୟା କରିବାରେ ସଫଳ ହୋଇଥିଲେ ଅଭିଯୁକ୍ତ ମାନେ । ଏହି ତିନି ଜଣଙ୍କୁ ହତ୍ୟାରେ ସହଯୋଗ କରିବା ଅଭିଯୋଗରେ କାଳିଆ ସାହୁ, ରାମ ରାଉଳ ଓ ରାହୁଲ ପଣ୍ଡା ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାତି, ୭୦ ଗ୍ରାମର ଗୋଟିଏ ସୁନା ଚେନ, ୭ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା. ସ୍ରବଣା ବିବେକ ଏମ ।