ବ୍ରହ୍ମପୁର,୨୨/୧୨/୨୨(ଅମିତ୍ କୁମାର ସାହୁ) ପ୍ରେମିକାକୁ ରାତିରେ ଦେଖା କରିବାକୁ ଆସି ଯୁବକର ମୃତ୍ୟୁ ଘଟଣାରେ ସଦର ପୋଲିସ ୩ଜଣ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ତିନି ଯୁବକ ହେଲେ ପତିତପାବନପୁର ର ତ୍ରିନାଥ ଦାସ,ପଦରବାଲି ର ସନିଆ ଦାସ ,କିଶୋର ଦାସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବାଇକ, ମୋବାଇଲ,ଦୁଇଟି ବମ୍ବ ଷ୍ଟିକ,ଏକ କେଜି ଜିଆଇ ତାର ଜବତ କରିଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ,ଡିସେମ୍ବର ୧୨ ତାରିଖ ରାତିରେ ସଦରଥାନା ପୋଲିସ ବାଇଗଣବାଡ଼ି ନିକଟରୁ ପୁଲିସ ଏକ ଯୁବକର ମୃତଦେହ ଉଦ୍ଧାର କରିଥିଲା । ମୃତକ ଜଣକ ବଉଳଝୋଳି ଉମାଚରଣ ବିଶୋଇ(୨୬) ବୋଲି ଜଣାପଡ଼ିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମୃତ ଉମା ବାଇଗଣବାଡ଼ି ର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ବିଭିନ୍ନ ସମୟରେ ଉମା ରାତ୍ରରେ ଆସି ନିଜ ପ୍ରେମିକାକୁ ଭେଟୁଥିଲେ । ପୂର୍ବ ଭଳି ଡିସେମ୍ବର ୧୨ ତାରିଖ ରାତ୍ର ଉଭୟ ରାତ୍ର ଘରୁ ମିଶିକି ବାହାରିଥିଲେ କିନ୍ତୁ ଯୁବକର ମୃତ୍ୟୁ ହେବା ପରେ ନାବାଳିକା ଜଣକ ଯୁବକର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘରେ ଜଣାଇ ଥିଲେ । ଯୁବକର ଦେହ ରେ କୌଣସି କ୍ଷତ ଚି଼ହ୍ନ ନଥିବା ବେଳେ ମୃତ୍ୟୁ କେମେତି ହେଲା ତାହା ସନ୍ଦେହ ହୋଇଥିଲା । ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗିରଫ ତିନିଜଣ ବାଇଗଣବାଡ଼ି ନିକଟସ୍ଥ କାଜୁ ଜଙ୍ଗଲରେ ଜିଆଇ ତାର ବିଦ୍ୟୁତ ସଂଯୋଗ ସହ ବନ୍ୟଜନ୍ତୁ ଶିକାର ପାଇଁ ବିଛିଥିଲେ । ରାତ୍ର ରେ ମୃତ ଉମା ଓ ତାର ପ୍ରେମିକା କଥା ହେବା ପାଇଁ ଉକ୍ତ କାଜୁ ଜଙ୍ଗଲ ନିକଟକୁ ଆସି ବାଇକ ରଖିଥିବା ବେଳେ ହଠାତ ବିଛା ଯାଇଥିବା ତାର ସମ୍ପର୍ଶରେ ଆସି ଘଟଣା ସ୍ଥଳରେ ଟଳିପଡ଼ିଥିଲେ । ଉମାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପ୍ରେମିକା ଉମାଙ୍କ ଘରଲୋକକୁ ଖବର ଦେଇଥିଲେ । ଉମାଙ୍କ ଭାଇ ଧର୍ମା ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ ।
