You are currently viewing ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ, ରାଗିଂ କରିଥିବା ଛାତ୍ର ଗିରଫ,ସମ୍ପୃକ ୪ ଛାତ୍ର ଅଟକ*
ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ, ରାଗିଂ କରିଥିବା ଛାତ୍ର ଗିରଫ,ସମ୍ପୃକ ୪ ଛାତ୍ର ଅଟକ*

ବ୍ରହ୍ମପୁର,(ଅମିତ୍ କୁମାର ସାହୁ)୧୬/୧୧/୨୨/::ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରଡ଼ାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ । କଲେଜର କିଛି ବିଦ୍ୟାର୍ଥୀ ମିଶି ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାଗିଂ କରିଛନ୍ତି । ଯାହାର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି । ଘୁରୀ ବୁଲୁଥିବା ଭିଡ଼ିଓ ପୁଲିସ ନିକଟରେ ପହଁଚିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ରାଗିଂ କରିଥିବା ଛାତ୍ରକୁ ଗିରଫ କରିଛି । ଗିରଫ ଛାତ୍ର ଜଣକ ହେଲେ ହରଡ଼ାଖଣ୍ଡି ସ୍ଥିତ ଶାନ୍ତି ନଗରର ଅଭିଷେକ ନାହାକ । ସୂଚନାନୁଯାୟୀ, ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର କିଛି ବିଦ୍ୟାର୍ଥୀ ମିଶି ଯୁକ୍ତ ଦ୍ୱିତୀୟ ବର୍ଷର ଛାତ୍ର ଓ ଯୁକ୍ତ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଛନ୍ତି। ଗିରଫ ଛାତ୍ର ଅଭିଷେକ ଯୁକ୍ତ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଯୁକ୍ତ ଦ୍ୱିତୀୟ ବର୍ଷର ଛାତ୍ର ଜୋର ଜବରଦସ୍ତି ଆଇ ଲଭ୍ ୟୁ କହିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଚୁମ୍ବନ କରିବାକୁ ବାଧ୍ୟ କରିଥିଲେ । ଏପରିକି ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସେହିପରି ଛାତ୍ର ଜଣକ କଥା ନମାନିଲେ ଗିରଫ ଛାତ୍ର ଅଭିଷେକ ତାଙ୍କୁ ଏକ ପ୍ୟାଇପରେ ମାଡ଼ ମାରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ଜଣାପଡିଛି । କେବଳ ସେତିକି ନୁହେଁ ଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଯୋଗୁଁ ଗିରଫ ଛାତ୍ର ଅଭିଷେକ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏଭଳି ବିବାହ ସିନେମାର ମଜା ନିଅ ବୋଲି କହୁଥିଲେ । ପ୍ରଥମ ବର୍ଷର ଛାତ୍ରୀ ଜଣକ ସିନିୟରଙ୍କ ଏଭଳି କାର୍ଯ୍ୟକୁ ସହି ନ ପାରି ଘଟଣା ସ୍ଥଳରୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଷେକ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଓ ବ୍ୟାଗ୍ ମଧ୍ୟ ଛଡାଇ ଦେଇଥିଲେ । ତେବେ ଏହି ଘଟଣା ଘଟୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଏହାର ମଜା ଉଠାଇ ସିନିୟର ଛାତ୍ରଅଭିଷେକଙ୍କୁ ପ୍ରୋତ୍ସାହିତ କରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ଜଣାପଡିଛି । ସବୁ ଠାରୁ ବଡ଼ ଆର୍ଚାଯ୍ୟ କଥା ହେଉଛି କି ଏହି ଘଟଣା ଆରମ୍ଭରୁ ଶେଷ ପଯ୍ୟନ୍ତ ପୁରା ଭିଡ଼ିଓ ରେକଡ଼ିଂ ହୋଇଛି । ତାହା ବି ଗିରଫ ଛାତ୍ର ଅଭିଷେକଙ୍କ ନିର୍ଦ୍ଦେଶରେ । କେବଳ ଜଣେ ନୁହେଁ ବହୁ ଜଣ ସେଠାରେ ଏହି ଘଟଣାର ମଜା ନେବା ସହ ରେକଡ଼ିଂ କରି ଏହାକୁ ସୋସିଆଲ ମେଡିଆରେ ଭାଇରଲ ମଧ୍ୟ କରିଛନ୍ତି । ଭିଡ଼ିଓ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଜଣେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିବା ଜଣାପଡିଛି । ଯାହା ଫଳରେ ଏବେ ଉକ୍ତ ଭିଡିଓଟି ମୋବାଇଲ ରୁ ମୋବାଇଲ ଘୁରି ବୁଲିବାରେ ଲାଗିଛି। ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଅଭିଷେକଙ୍କୁ ଗିରଫ କରିବା ସହ ୪ ସମ୍ପୃକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚାରା କରୁଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ରାଗିଂ କରି ଗିରଫ ହୋଇଥିବା ଛାତ୍ର ଅଭିଷେକ ନାହାକ ପୂର୍ବରୁ ଉକ୍ତ କଲେଜରେ ବହୁ ବିଦ୍ୟାର୍ଥୀଙ୍କୁ ଦୁର୍ବ୍ୟବହାର କରିବା ସହ ରାଗିଂ ମଧ୍ୟ କରିଥିଲେ । ଏନେଇ କିଛି ବିଦ୍ୟାର୍ଥୀ କଲେଜ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ପ୍ରିନ୍ସିପାଲ ଗିରଫ ଅଭିଷେକଙ୍କ ଅଭିଭାବକଙ୍କୁ କଲେଜକୁ ଡାକି ଅଭିଷେକଙ୍କୁ ତାଗିତ କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ ।ଗିରଫ ଛାତ୍ର ଅଭିଷେକଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୁଲିସ କହିଛି । ଏହି ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟିରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କଲେଜର ପ୍ରିନ୍ସିପାଲ କହିଛନ୍ତି । ଅନ୍ୟପଟେ ଏଭଳି ଛାତ୍ରଙ୍କୁ କଲେଜରୁ ବାହାର କରିବା ପାଇଁ କଲେଜ କତ୍ତୃପକ୍ଷଙ୍କୁ ପୁଲିସ ନିବେଦନ କରିବ ବୋଲି ବ୍ରହ୍ମପୁର ଏସପି ଡ଼ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏ ଘଟଣାରେ ବଡ଼ ବଜାର ଥାନା ପୁଲିସ
କେସ ନଂ ୪୪ ତାରିଖ.୦୪.୦୩.୨୦୨୨ ଇଉ/ଏସ୍ ୨୯୪/୩୨୩/୩୨୪/୩୪୧/୩୫୪(ବି)/୫୦୫ ଆଇପିସି ମାମଲା ରୁଜୁ କରି ଅଭିଷେକ ନାହାକକୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୪ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚାର କରୁଥିବା ଜଣାପଡିଛି।