You are currently viewing ସୁନ୍ଦରଗଡ ପୋଲିସ ଜିଲ୍ଲା ରେ ବଡ଼ ଧରଣର ଜୁଆ ଖେଳ ଖବର ପାଇ ପୋଲିସ ର ଚଢ଼ାଉ
ସୁନ୍ଦରଗଡ ପୋଲିସ ଜିଲ୍ଲା ରେ ବଡ଼ ଧରଣର ଜୁଆ ଖେଳ ଖବର ପାଇ ପୋଲିସ ର ଚଢ଼ାଉ

୧୫ ଜଣ ଗିରଫ ସହ ୧ଲକ୍ଷ ଏକ ହଜାର ୩୪୦ ଟଙ୍କା ଜବତ
୧୫ଟି ମୋଟର ସାଇକେଲ ଓ ୨୦ ଟି କାର ଜବତ।

ସୁନ୍ଦରଗଡ ପୋଲିସ ଜିଲ୍ଲା ର ଧାରୁଆଡିହି ଥାନା ଅଧୀନରେ ଏକ ବଡ଼ ଧରଣର ଜୁଆ ଖେଳ ଚାଲୁଥିବା ନେଇ ପୋଲିସ କୁ ଖବର ମିଳିଥିଲା।

ଝୁଲଣଯାତ୍ରା ଚାଲୁଥିବା ବେଳେ ଯାତ୍ରା ପଡିଆ ରୁ କିଛି ଦୂରରେ ଦୁଇ ଖେଳ ନେଇ ଖବର ପାଇ ସୁନ୍ଦରଗଡ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ଥାନା ଅଧିକାରୀ ଙ୍କ ନେତୃତ୍ବରେ ଚଢ଼ାଉ କରିଥିଲା।

ଏହି ଚଢାଉ ସମୟରେ ଅନ୍ଧାର ର ସୁଯୋଗ ନେଇ ଅନେକ ଫେରାର ହୋଇଯାଇଥିଲେ।

ପୋଲିସ ୧୫ ଜଣ ଙ୍କୁ ଧରିବା ସହ ଜୁଆ ଖେଳ ରେ ବ୍ୟବହୃତ ଘୁଡୁଘୁଡୁ ପଟି,ଗୋଟି,ଗ୍ୟାସ ଲାଇଟ୍,ନଗଦ ଏକ ଲକ୍ଷ ଏକ ହଜାର ୩୪୦ ଟଙ୍କା,୧୭ଟି ମୋଟର ସାଇକେଲ ଓ ୨୦ ଟି କାର୍ କୁ ଜବତ୍ କରିଥିଲା ଏଥିସହ ୨୦ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି।
ଘଟଣା ସମ୍ପର୍କରେ ଜୋନାଲ ଡିଏସପି ନିର୍ମଳ ମହାପାତ୍ର ସୂଚନା ଦେଇ କହିଥିଲେ ।

ରିପୋର୍ଟ
ଅବଦୁଲ ରଜାକ ଖାନ