ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ମାଟିଗଡ଼ ଗ୍ରାମର ନାରାୟଣ ଦାସ(ପିତା ସୁବାସ ଦାସ)ଙ୍କ ଅଭିଯୋଗ କ୍ରମେ ପୂର୍ବରୁ 2017 ମସିହାରେ କୋଦଳା ଥାନା କେଶ ନମ୍ବର 146/17 ରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା | ଯାହାର ଜିଆର ନମ୍ବର 163/2017 | ଅଭିଯୋଗ ଅନୁଯାୟୀ ଗତ 15.06.17 ତାରିଖ ରାତିରେ ନାରାୟଣ ଦାସ ଏକ ଚାନ୍ଦିନୀ ଉପରେ ବସିଥିବା ସମୟରେ ଉକ୍ତ ଗ୍ରାମର ଦେବରାଜ ଦାସ ଙ୍କ ଦୁଇ ପୁଅ ବିଟୁ ଦାସ ଏଵଂ ବିସିକେଶନ ଦାସ ଏବଂ ଦୁରୁଜ ଦାସ ଙ୍କ ପୁଅ କାଵଲା ଦାସ ନାରାୟଣ ଙ୍କୁ ଜୀବନରେ ମାରିଦେବା ଉଧ୍ୟେଶ ନେଇ ଏକ ପଥରରେ ମୁଣ୍ଡକୁ ଆଘାତ ଦେଇଥିଲେ | ଏଥିରେ ନାରାୟଣ ଙ୍କ ଅବସ୍ଥା ଗୁରୁତର ହୋଇଥିଲା | ଉକ୍ତ ଘଟଣା ଘଟିବା ପରେ ନାରାୟଣ କୋଦଳା ଥାନାରେ ଏକ ମାମଲା ଦାୟର କରିଥିଲେ | କିନ୍ତୁ ଗିରଫ ଭୟରେ ଅଭିଯୁକ୍ତ ମାନେ ନିଜ ଗ୍ରାମରେ ଅନୁପସ୍ଥିତ ରହିବା ସହ ମାନ୍ୟବର କୋର୍ଟ ଙ୍କ ନିର୍ଧେଶକୁ ଅବମାନନା କଲେ | ଯାହା ଫଳରେ ମାନ୍ୟବର ଜେଏମଏଫସି କୋର୍ଟ, କୋଦଳା ଉକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ଜାମିନ ବିହୀନ ଗିରଫ ପରୱାନା ଜାରୀ କରିଥିଲେ ଏଵଂ 82 ସିଆରପିସି ଆଇନ ଅନୁଯାୟୀ ଉକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପଳାତକ ଘୋଷଣା ନାମା ଜାରୀ କରିଥିଲେ | ପୋଲିସ ଅତୀତରେ ମଧ୍ୟ ସେମାନଙ୍କ ନିଜସ୍ୱ ଗ୍ରାମ ମାଟିଗଡ଼କୁ ଆସି ଲଟକା ଜାରୀ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୂଚନା ଦେଇଥିଲେ | କିନ୍ତୁ ସମସ୍ତ ଅଭିଯୁକ୍ତ କୋର୍ଟ ର ନିର୍ଧେଶ କୁ ଅବମାନନା କରିବା ସହିତ ଆତ୍ମ ସମର୍ପଣ କରି ନଥିଲେ | ଯାହା ଫଳରେ ମାନ୍ୟବର ଜେଏମଏଫସି କୋର୍ଟ,କୋଦଳା ଙ୍କ ଆଦେଶ ଅନୁଯାୟୀ କୋଦଳା ତହସିଲଦାର ତଥା ମାଜିଷ୍ଟ୍ରେଟ ସସ୍ମିତା ଶତପଥିଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ ଏଵଂ କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ ତିନି ଆସାମୀଙ୍କ ବାସଭବନରୁ ଟିଭି, ଫ୍ରିଜ, ୱାସିଂ ମେସିନ,କାଠ ସାମଗ୍ରୀ ଜବତ କରାଯାଇଥିଲା |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

କୋଦଳା :ଏକ ଅପରାଧିକ ମାମଲାରେ କୋଦଳା ପୋଲିସ ତରଫରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କ ସ୍ଥାବର ସମ୍ପତି କୁ ଜବତ କରାଯାଇଥିବା ଜଣାପଡିଛି ।
- Post author:Prafulla Sabat
- Post published:April 12, 2023
You Might Also Like

ଚୋରି ଘଟଣା ରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ର ତଦନ୍ତ

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ

ମହୁଡା ଡବଲ ମର୍ଡର ମାମଲାରେ ପୂର୍ବତନ ସରପଞ୍ଚ ସମେତ ୩ ଗିରଫ : ମାରଣାସ୍ତ୍ର ଜବତ

ବାଇକ୍ ସହ ଧରାପଡ଼ିଲା ପୁଅ, ବିଡିଓ ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ

ତାରାତାରିଣୀ ମନ୍ଦିର ପୂଜକଙ୍କୁ ଆକ୍ରମଣ ର ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ,

୯ଗ୍ରାମ ବ୍ରାଉନସୁଗର ଜବତ, ଦମ୍ପତି ଗିରଫ

ଖରୁଡା ସାହିରେ ଜୁଆ ଆଡ୍ଡା ଉପରେ ଚଢାଉ,୬ ଜଣଙ୍କୁ ଉଠାଇଲା ପୋଲିସ।

ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।

ବେଆଇନ ବାଲି ଚାଲାଣ,୫ ଟ୍ରାକ୍ଟର ଜବତ,୯ ଗିରଫ।

ଗୁଳି କରି ବ୍ୟବସାୟୀଙ୍କ ହୀରା ଲୁଟ୍ ଘଟଣା; ଆଉ ୪ଅଭିଯୁକ୍ତ ଗିରଫ : ପିସ୍ତଲ ଜବତ
