You are currently viewing ଗ୍ରାମରେ ଦେଶୀମଦ ବିକ୍ରିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା : ଟାୟାର ଜାଳି ୩ ଘଣ୍ଟା ରାସ୍ତା ଅବରୋଧ
ଗ୍ରାମରେ ଦେଶୀମଦ ବିକ୍ରିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା : ଟାୟାର ଜାଳି ୩ ଘଣ୍ଟା ରାସ୍ତା ଅବରୋଧ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଦିନକୁ ଦିନ ଖୁଲମଖୁଲା ଭାବେ ମଦ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଆଜି ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଡେଙ୍ଗାଡି ଗ୍ରାମରେ ଏହାକୁ ବିରୋଧ କରି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବା ସହ ଦୀର୍ଘ ୩ ଘଣ୍ଟା ଧରି ହିଞ୍ଜିଳିକାଟୁ – ଜଗନ୍ନାଥପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପ୍ରକାରେ , ଡେଙ୍ଗାଡି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରୁ ଅଳ୍ପ ଦୂରରେ ଦୀର୍ଘ ଦିନ ଧରି ଏକ ଦେଶୀମଦ ଦୋକାନ ଖୋଲା ଯାଇଥିଲା । ଯାହାର ପ୍ରଭାବ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଉପରେ ପଡ଼ୁଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମବାସୀ ପୂର୍ବରୁ ଚେତାଇ ଦେଇଥିଲେ ମଧ୍ୟ ବେପାରୀ ଜଣକ କର୍ଣ୍ଣପାତ କରୁନଥିବା କହିଛନ୍ତି । ଯାହାକୁ କେନ୍ଦ୍ର କରି ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଗ୍ରାମରୁ ମଦ ଦୋକାନ ହଟାଇବା ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାଫଳରେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଘଟଣାସ୍ଥଳରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଆଇ ଶ୍ରୀନିବାସ ଦାସ , ମିଲନ ପ୍ରଧାନ ପହଞ୍ଚି ଉତ୍ତେଜିତ ମହିଳାଙ୍କୁ ବୁଝାସୁଝା କରିବା ସହ ରାସ୍ତାରୁ ମଦ ଦୋକାନ ହରାଇଥିଲା । ଘଟଣାପରେ ପରିସ୍ଥିତି ଶାନ୍ତ ହେବା ସହ ଯାତାୟାତ ସ୍ବାଭାବିକ ରହିଥିଲା ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା