You are currently viewing ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଅଶାନ୍ତ ସୋଇ ପଡୁଥିବା ବେଳେ ଦୁବୃର୍ତ୍ତ ମାନେ ଖୋଲମଖୁଲା ଭାବେ ବିଭିନ୍ନ ସମୟରେ ରାଜନୈତିକ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରି ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରି ଆସୁଛନ୍ତି । ଏହି ଅବସରରେ ମଙ୍ଗଳବାର ଦିନ ଥାନା ଅଧୀନସ୍ଥ ବନ୍ଥପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କାଳିଆ ସ୍ବାଇଁଙ୍କୁ ଦୁବୃର୍ତ୍ତ ମାନେ ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ପଳାୟନ ହୋଇଛନ୍ତି । ଖବରପ୍ରକାରେ , କୌଣସି ଏକ ଥାନା କେସ୍ ମାମଲାରେ ସାକ୍ଷୀ ରହିଥିବା ପୂର୍ବତନ ସରପଞ୍ଚ ଶ୍ରୀ ସ୍ବାଇଁଙ୍କୁ ଆକ୍ରମଣ କାରୀ ମାନେ ପୂର୍ବରୁ ବହୁ ଧମକ ଚମକ ଦେଇ ଆସୁଥିଲେ ମଧ୍ୟ ଆଜି ଅପରାହ୍ନରେ ଶ୍ରୀ ସ୍ବାଇଁ ନିଜ ଗ୍ରାମରେ ଥିବା ବେଳେ କିଛି ଯୁବକ ଆସି ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଘଟଣାପରେ ପରିବାର ଲୋକେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ କରାଉଥିବା ବେଳେ ଖବର ପରିବେଷଣ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଏପଟେ ଘଟଣାପରେ ସ୍ଥାନୀୟ ପୋଲିସ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି ।