You are currently viewing ଆଳୁ ବୁଝେଇ ଟ୍ରକ ରୁ ୨୫ ବସ୍ତା ଗଞ୍ଜେଇ ଜବତ
ଆଳୁ ବୁଝେଇ ଟ୍ରକ ରୁ ୨୫ ବସ୍ତା ଗଞ୍ଜେଇ ଜବତ

ସାନଖେମୁଣ୍ଡି : (ରଘୁନାଥ ନାୟକ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଗ୍ରାମ ମୁଖ୍ୟ ରାସ୍ତାରେ ହୋଇଥିବା ଏକ ଦୁର୍ଘଟଣା ଗ୍ରସ୍ତ ଆଳୁ ବୋଝେଇ ଟ୍ରକ ରୁ ୨୫ ବସ୍ତା ଗଞ୍ଜେଇ ଜବତ କରିଛି ପାଟପୁର ପୋଲିସ । ଏହି ମାମଲାରେ କେହି ଗିରଫ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ଖବର ଅଯାୟୀ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା ଯେ ଉକ୍ତ ଗ୍ରାମ ନିକଟରେ ଡାବ୍ଳୁ ବି ୨୩ ଇ ୬୬୫୧ ନମ୍ବର ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଅଛି । ଯାହାଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେହି ଆହତ ହୋଇଥିବା ନେଇ ଅନୁସନ୍ଧାନ ବେଳେ କାହାରିକୁ ନ ପାଇ ଗାଡ଼ିରେ କଣ ରହିଥିବା ନେଇ ଯାଞ୍ଚ କରିଥିଲେ ।

ପ୍ରଥମେ ସେଥିରେ ଆଳୁ ବସ୍ତା ଥିଲା ମଧ୍ୟ କିଛି ବସ୍ତାରୁ ଗଞ୍ଜେଇର ବାସ୍ନା ପୋଲିସକୁ ଟାଣି ନେଇଥିଲା ପୁଣି ଗାଡ଼ି ଭିତରକୁ ଯାଞ୍ଚ କରିବାରୁ ତେବେ ସେଥିରୁ ୫୪ ଗୋଟି ଆଳୁବସ୍ତା ଏବଂ ୨୫ ଗୋଟି ଗଞ୍ଜେଇ ବସ୍ତାକୁ ଜବତ କରିଥିଲା । ତେବେ ଆଜି ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥିରେ ୧୦୦୧ କେଜି ୯୦୦ ଗ୍ରାମ ରହିଥିଲା । ଯାହାକୁ ନେଇ ପୋଲିସ ପାଟପୁର ଥାନା କେସ ନଂ – ୧୯୪/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଜବତ ଗଞ୍ଜେଇର ଆକଳନ ମୂଲ୍ୟ କୋଟିଏ ରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି