You are currently viewing ତାନ୍ତ୍ରିକ ସଜାଇଁ ସୁନା ଲକେଟ ଲୁଟ ଅଭିଯୋଗ ରେ ଜଣେ ଗିରଫ ,
ତାନ୍ତ୍ରିକ ସଜାଇଁ ସୁନା ଲକେଟ ଲୁଟ ଅଭିଯୋଗ ରେ ଜଣେ ଗିରଫ ,

ଖଲ୍ଲିକୋଟ : ତା 18/12 .ମଙ୍ଗଳବାର ଦିନ ପ୍ରାୟ ୧୧.୧୫ ସମୟରେ ଲଙ୍ଗଳେଶ୍ଵର ଓଡ଼ିଆରପି କୋଲୋନୀ ଆସି ମୁଦାଲା ସପନ ଦାସ, ପିତା ହର ମୋହନ ଦାସ, ଗ୍ରାମ ପଦ୍ମକେଶରିପୁର, ଥାନା ମଞ୍ଚେଶ୍ଵର, ଭୁବନେଶ୍ବର ଏକ ବ୍ୟାଗରେ କିଛି ତାବିଜ, ଚେରମୂଳୀ ଓ ଜନ୍ତ୍ର ଆଣି କଲୋନୀରେ ଥିବା କିଛି ସ୍ତ୍ରୀ ଲୋକଙ୍କୁ ପ୍ରବାର୍ତାଇ ସେହି ଜନ୍ତ୍ରଟିକୁ ଘରେ ରଖିଲେ ସ୍ବାମୀ ମଦ ପିବେନି, ଘରର ଉନ୍ନତି ହେବ ଓ ଘରେ ଶାନ୍ତି ରହିବ ବୋଲି କହି ମାତ୍ର ଦୁଇଶହ ଟଙ୍କାର ଜିନିଷକୁ ପାଞ୍ଚହଜାର ଟଙ୍କାରେ ବିକିବା ସହିତ ସୁଯୋଗ ପାଇ ଓଡ଼ିଆରପି କଲୋନୀର ଯମୁନା ପ୍ରଧାନଙ୍କ ଦୁଇବର୍ଷର ଝିଅ ବେକରୁ ଏକ ସୁନା ହନୁମାନଙ୍କ ଲକେଟ କୁ ଟାଣି ଛିଣ୍ଡାଇ ଧରି ସ୍ପୀଡରେ ନିଜର ମଟର ସାଇକେଲରେ ଘଟଣାସ୍ଥଳରୁ ଚାଲିଯାଇଥିଲେ ଓ ରାସ୍ତାରେ ସତରସହ ଟଙ୍କାରେ ସେହି ସୁନା ଲକେଟ କୁ ବିକି ଦେଇଥିଲେ l ଘଟଣାର ଚାରିଘଣ୍ଟା ମଧ୍ୟରେ ମୁଦାଲା ସପନ ଦାସ କୁ ଧରିବା ସହିତ ତା ଠାରୁ ଚୋରୀରେ ବ୍ଯବହୃତ ମୋଟରସାଇକେଲ OD33K4460 ଏବଂ ସତରସହ ଟଙ୍କା କୁ ଜବତ କରାଯାଇଛି ଏବଂ ମୁଦାଲା କୁ ଆଜି ଅର୍ଥାତ ୧୮.୧୨.୨୦୨୪ ରିଖରେ କୋର୍ଟ ଚାଲାଣ କରାଯିବା ସହ ଅଭିଯୋଗକାରିଣୀ ଯମୁନା ପ୍ରଧାନଙ୍କୁ ସତରସହ ଟଙ୍କା ଜିମା ଦିଆଯାଇ ଥିବା ପ୍ରକାଶ |

ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ