You are currently viewing ଜମିଜମାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା
ଜମିଜମାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଚଢେୟାପଲ୍ଲୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜମି ବାଡିକୁ କେନ୍ଦ୍ର କରି ଜଣେ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ସେହି ଗ୍ରାମର ବିଜୟଲଷ୍ମୀ ତ୍ରିପାଠୀ। ମୃତ ମହିଳା ଙ୍କ ଭିଣୋଇ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି। ଜମିବାଡିକୁ କେନ୍ଦ୍ର କରି ଶାଳି ଓ ଭିଣୋଇ ଙ୍କ ମଧ୍ୟରେ ପୁର୍ବରୁ ବିବାଦ ଲାଗି ରହିଥିଲା। ଯାହା ଆଇ ଉଗ୍ର ରୁପ ନେଇଥିଲା। ଆଜି ସକାଳେ ବିଜୟଲଷ୍ମୀ ଗାଁ ନିକଟ ଖଳାକୁ ଆସିଥିଲେ। ଏହି ସମୟରେ ତାଙ୍କ ଭିଣୋଇ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଜୟଲଷ୍ମୀ ପ୍ରାଣ ବାୟୁ ଉଡିଯାଇଥିଲା।