You are currently viewing ପୁରୁଷୋତ୍ତମପୁର ବ୍ଲକ କେ ଏନ ପୁର ଗ୍ରାମରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ,
ପୁରୁଷୋତ୍ତମପୁର ବ୍ଲକ କେ ଏନ ପୁର ଗ୍ରାମରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ଗ୍ରାମରେ ଥିବା ସନ୍ତୋଷ କୁମାର ସାହୁ, ପିତା — ଦେବରାଜ ସାହୁ, ବୟସ –38, ସେ ଦଉଡି ଦେଈ ଆତ୍ମହତ୍ୟା କରିଥିଲା ବେଳେ, ତାଙ୍କ ସ୍ତ୍ରୀ ଶସ୍ମିତା ସାହୁ , ବୟସ 37 ସେ ବିଷ ପିଇ ଆତ୍ମହତ୍ୟା କରି ଥିବାର ସୂଚନା ମିଳିଛି | ତାଙ୍କର ଗୋଟିଏ ଝିଅ ସୋନାଲି 12 ବର୍ଷ ର ଏବଂ ଗୋଟିଏ ପୁଅ 8 ବର୍ଷ ର ଅଛନ୍ତି | ତେବେ ପିଲା ଦୁଈ ଜଣ ଜେଜେ ବାପା ଙ୍କପାଖକୁ ସକାଳ ଯାଇ ରହଥିଲେ | ତେବେ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବାର ଦେଖି ବାକୁ ମିଳିଥିଲା ବେଳେ, ସ୍ୱାମୀ ଦଉଡି ଦେଈ ଆତ୍ମହତ୍ୟା କରି ଥିବାର ଗ୍ରାମ ବାସି ଓ ପୋଲିସ ଉପସ୍ଥିରେ ଦେଖିବାକୁ ମିଳିଛି ! ତେବେ କେଉଁ କାରଣ ରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ | ତେବେ ସନ୍ଧ୍ୟା ସମୟ ରେ ପୁଅ ଝିଅ ଘରକୁ ଆସି ବହୁତ ଡାକିଲା ପରେ କେହି ଡାକ ନଶୁଣି ବାରୁ ପିଲା ମାନେ ସେହି ଗାଁରେ ଜେଜେ ଙ୍କ ପାଖକୁ ଯାଇ କହିଥିଲେ | ଏବଂ ଜେଜେ କିଛି ଲୋକମାନଙ୍କୁ ଧରି ଡାକିଲା ପରେ କବାଟ ନଖୋଳିବାରୁ ସେମାନେ ଏବିଷୟ ରେ ପୋଲିସ କୁ ଖବର ଦେଈ ଥିଲେ | ପୁରୁଷୋତ୍ତମପୁର ପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଗଲା ବେଳକୁ ସ୍ୱମୀ, ସ୍ତ୍ରୀ ଦୁହେଁ ମାରିଥିବାର ଦେଖି ଥିଲେ | ତେବେ ସେଠାରେ ଏକ ପୋଲିସ ମୁତୟନ କରି ସକାଳେ ପୋଷ୍ଟ ମଟମ ହୋଇ ସରିଲେ ଏବଂ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ | ତେବେ ସେହି ଗାଁ ରେ ଏକ ଦୁଖଃଦ ଘଟଣା ଯୋଗୁଁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ