You are currently viewing କୋଦଳା ପୋଲିସ ଓ ଅବକାରୀ ମିଳିତ ଚାଡାଉ,200 ଲିଟର ଚୋରା ମଦ ଜବତ 5 ଗିରଫ
କୋଦଳା ପୋଲିସ ଓ ଅବକାରୀ ମିଳିତ ଚାଡାଉ,200 ଲିଟର ଚୋରା ମଦ ଜବତ 5 ଗିରଫ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ ଶୁକ୍ରବାର ଭୋରୁ କୋଦଳା ପୋଲିସ ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚାଡାଉ କରା ଯାଇଛି ! ଏହି ସମୟରେ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଙ୍କୁ ଗିରଫ କରାଯିବା ସହ 200 ଲିଟର ଚୋରା ମଦ ଜବତ କରାଯାଇଛି ! ଗିରଫ ଅଭିଯୁକ୍ତ ମାନଙ୍କୁ ଖଲ୍ଲିକୋଟ ଅବକାରୀ ବିଭାଗ ରେ ଦୁଇ ଟି ମାମଲା ରୁଜୁ କରାଯାଇ ଥିବା ବେଳେ କୋଦଳା ଥାନାରେ କେଶ ନମ୍ବର 100,101,102/2023 ରେ ମାମଲା ରୁଜୁ କରାଯାଇ କୋର୍ଟ ଚଲାଣ କରାଯିବା ନେଇ ସୂଚନା ମିଳିଛି ! ଏହି ଚଢ଼ାଉ ରେ କୋଦଳା ତହସିଲଦାର ଥାନା ଅଧିକାରୀ ଉମାକାନ୍ତ ସାହୁ, ଖଲ୍ଲିକୋଟ ଅବକାରୀ ଓଆଇସି ଜି. ରାମେଶ୍ୱର ଙ୍କ ସମେତ ଅବକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ !